ରାଉରକେଲା : ଓଡିଶା-ଝାରଖଣ୍ଡ ସୀମାନ୍ତରେ ପୋଲିସ- ନକ୍ସଲ ଗୁଳି ବିନିମୟ।। ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ।

0 825

ରାଉରକେଲା : ୧୧/୮ (ସତ୍ୟାନ୍ୟୁଜ) ଓଡିଶା – ଝାରଖଣ୍ଡ ସୀମାନ୍ତ କୋଲହନ ଜଙ୍ଗଲରେ ନକ୍ସଲଙ୍କ ସହ ଗୁଳି ବିନିମୟରେ ଜଣେ ଓଡ଼ିଆ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ସହିଦ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ଘର ଓଡିଶା କେଉଁଝର ଜିଲ୍ଲା ଆନନ୍ଦପୁର ବୋଲି ଜଣାପଡ଼ିଛି। ଆହତ ଯବାନ ମୁନା ଲାଲ ଯାଦବ ଙ୍କୁ ଗୁରୁତର ଅବସ୍ଥାରେ ରାଞ୍ଚିର ଏକ ହସପିଟାଲରେ ଭର୍ତ୍ତି କରାଯାଇଛି।
ସହିଦ ସୁଶାନ୍ତ ଙ୍କ ଘର କେନ୍ଦୁଝର ଆନନ୍ଦପୁର । ସୁଶାନ୍ତ ସିଆରପିଏଫ ୬୦ ବାଟାଲିୟନ୍ ର ଥିଲେ ଯବାନ। ସହିଦ ସୁଶାନ୍ତଙ୍କ ବିବାହ କିଛିଦିନ ପୂର୍ବରୁ ହୋଇଥିଲା। ତାଙ୍କର ପିତା ଏବଂ ଦୁଇ ଭାଇଙ୍କ ମୃତ୍ୟୁ ପୂର୍ବରୁ ହୋଇ ଯାଇଥିବା ବେଳେ ମା ଶଯ୍ୟାଶାୟୀ ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଝାଡଖଣ୍ଡ ର ପଶ୍ଚିମ ସିଂହଭୂମ ଗୋଏଲକେରା ଅଞ୍ଚଳର କୋଲହନ ଜଙ୍ଗଲ ରେ ପୋଲିସ ଏବଂ ସିଆରପିଏଫ ପକ୍ଷରୁ ଚାଲିଥିଲା କମ୍ବିଂ ଅପରେସନ । ନକ୍ସଲ ମାନେ ପୋତିଥିବା ଲ୍ୟାଣ୍ଡ ମାଇନ ହଠାତ ବିସ୍ପୋରଣ ହେବାରୁ ଦୁଇଜଣ ଯବାନ ଆହତ ହୋଇଥିଲେ। ଉଭୟଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚି ର ଇଣ୍ଡିକୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କ ସେଠାରେ ମୃତ୍ୟୁ ହୋଇଥିଲା। ଏହା ପରେ ପରେ ସରଣ୍ଡା ଜଙ୍ଗଲରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି

Leave A Reply

Your email address will not be published.