ରାଇରଙ୍ଗପୁର : ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ କଥାମୃତ କାର୍ଯ୍ୟକ୍ରମ ଅୟୋଜିତ।। ରାଇରଙ୍ଗପୁରରେ ଭବ୍ୟ ଶୋଭାଯାତ୍ରା।

0 345

ରାଇରଙ୍ଗପୁର : ୧୧/୮ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଗୀତା ହେଉଛି ଶ୍ରୀକୃଷ୍ଣଙ୍କ କଥାମୃତ। ମହାଭାରତ ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତ ଜ୍ଞାନ ଦେଇଥିଲେ। ତେଣୁ ଭଗବତ୍ କଥାମୃତ ପାଠ ଏବଂ ଶ୍ରବଣ ଦ୍ବାରା ଆତ୍ମା ପବିତ୍ର ହୋଇଥାଏ ବୋଲି ବିଶ୍ୱାସ ଅଛି। ଗୀତାରେ ମଧ୍ୟ ଲେଖାଯାଇଛି ଯିଏ ମୋ ପୁସ୍ତକକୁ ପଢୁଛି,ଶୁଣୁଛି ଅବା ତାହାର ବାଣୀକୁ ଦିଗଦର୍ଶନ ରୂପେ ଗ୍ରହଣ କରିଥାଏ ସେ କେବେ ଜୀବନରେ ହାରି ଯାଏନାହିଁ।
ଗୁରୁବାର ଦିନ ରାଇରଙ୍ଗପୁର ସହର ମୁଖ୍ୟ ବଜାର ନିକଟସ୍ତ ଶ୍ରୀ ସତ୍ୟନାରୟଣ ପଞ୍ଚାୟତୀ ମନ୍ଦିରର ସଭାଗୃହରେ ଶ୍ରୀମଦ୍ ଭାଗବତ କଥାମୃତ ଅନୁଷ୍ଠିତ ହୋଇ ଯାଇଛି।ଏହି କଥାମୃତ ୧୦ ତାରିଖରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କଥାମୃତକୁ ରାଇରଙ୍ଗପୁର ସହରର ଶ୍ରୀ ରାଧାକୃଷ୍ଣ ଭଜନ ମଣ୍ଡଳୀ ର ମହାବୀର ଖେମକା,ପବନ ଭରଦ୍ବାଜ,ମନୁ ଚାନ୍ଦଗୋଟିଆ,ଆନନ୍ଦ ଭୂତ,ଡବୁ ଭୂତ ଏବଂ ପ୍ରବୀନ ଚାନ୍ଦଗୋଟିଆ ପ୍ରମୁଖ ପରିଚାଳନା କରିଥିବା ବେଳେ ଭଗବତ କଥାମୃତ ବିଶାରଦ୍ଧ ପଣ୍ଡିତ ଶ୍ରୀ ଦିନେଶ ଜି ଭରଦ୍ବାଜ ଓ ଗୁରୁ ଶ୍ରୀ ସାୱରମଲ ଜି ଶାସ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭକ୍ତମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି ଉପଲକ୍ଷେ ଶୁଭାରମ୍ଭ କାଳରେ ଶ୍ରୀମଦ ଭଗବତ୍ ପ୍ରେମୀ ଭକ୍ତମାନଙ୍କ ଦ୍ବାରା ପ୍ରଭୃ ଶ୍ରୀକୃଷ୍ଣଙ୍କ ତୈଳଚିତ୍ରକୁ ଭବ୍ୟ ସାଜସଜ୍ଜାରେ ନଗର ପରିକ୍ରମା କରାଯାଇଥିଲା। ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ସହରର ଶତାଧିକ ଭଗବତ୍ ପ୍ରେମୀ ଯୋଗ ଦେଇ ପ୍ରଭୃଙ୍କର ଆଶିଷ ପାଇବା ସହିତ ପ୍ରଭୃଙ୍କର ଗୁଣଗାନର ସୌଭାଗ୍ୟଲାଭ କରିଥିଲେ। ଗୀତା ଜ୍ଞାନାମୃତକୁ ପ୍ରବଚନ ମାଧ୍ୟମରେ ଶୁଣିବାକୁ ମିଳୁଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଖୁର୍ବ ଉତ୍ସାହ ଦେଖାଦେଇଛି।

Leave A Reply

Your email address will not be published.