ସୁନ୍ଦରଗଡ଼ : ଦିନ ବେଳେ ଗାଁକୁ ପଶିଲେ ହାତୀପଲ୍ଲ।। ଲୋକେ ଆତଙ୍କିତ।। ହାତୀ ଘଉଡାଇବାକୁ ଉଦ୍ୟମ ଜାରି।

0 478

ସୁନ୍ଦରଗଡ଼ : ୧୧/୮ (ସତ୍ୟାନ୍ୟୁଜ) ପୂର୍ବରୁ ହାତୀପଲ୍ଲ ଗ୍ରାମ ନିକଟ ଜଙ୍ଗଲରେ ରହୁଥିଲେ। ରାତି ହେଲେ ଗାଁରେ ପଶି ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଥିଲେ। ଆଜି କିନ୍ତୁ ଦିନରେ ହାତୀପଲ୍ଲ ଗାଁ ମୁହାଁ ହୋଇଛନ୍ତି। ହାତୀ ପଲ୍ଲ ଗ୍ରାମରେ ପଶିବାକୁ ଉଦ୍ୟମ କରୁଥିବାରୁ ଲୋକମାନେ ଆତଙ୍କିତ ଅଛନ୍ତି।
ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହୁଲଯୋର , କିଞ୍ଜିର୍ମା, ଘଣ୍ଟିବୁଡ ଆଦି ଅଞ୍ଚଳ ରେ ପାଖାପାଖି ୪ ଦିନ ହେଲାଣି ୪ଟି ଦନ୍ତା ହାତୀ ଆସି ଉପଦ୍ରବ କରିବା ସହ ଘର ଓ ଫସଲ ନଷ୍ଟ କରୁଛନ୍ତି। ହେଲେ ଆଜି ଦିନ ବେଳେ ଗାଁ ଭିତରକୁ ପଶିବା ପାଇଁ ଉଦ୍ୟମ କରୁଥିବା ବେଳେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଖବର ପାଇ ବନବିଭାଗ କର୍ମଚାରୀ ମାନେ ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି।

Leave A Reply

Your email address will not be published.