ସୁନ୍ଦରଗଡ : ଓଡିଶା-ଛତିଶଗଡ଼ ସୀମାନ୍ତରେ ଅପରାଧିକ ଗତିବିଧି ବୃଦ୍ଧି। ପୋଲିସ ଆଉଟପୋଷ୍ଟ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବିଲେଇମୁଣ୍ଡା ବନ୍ଦ।

0 904

ସୁନ୍ଦରଗଡ଼ : ୧୧/୮ (ସତ୍ୟାନ୍ୟୁଜ) ପୋଲିସ ଫାଣ୍ଡି ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବିଲେଇମୁଣ୍ଡା ବନ୍ଦ ଡାକରା ଦିଆଯାଉଛି। ସୁନ୍ଦରଗଡ ଜିଲ୍ଲା ଓଡିଶା- ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ ଏହି ସ୍ଥାନରେ ଏବେ ଅପରାଧୀକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। କିଛି ଦିନ ତଳେ ବିଲେଇମୁଣ୍ଡାରେ ରହୁଥିବା ହେମଗିର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ଯକ୍ଷ ଗୋପାଳ ପ୍ରଧାନଙ୍କ ଘରେ ସଶସ୍ତ୍ର ଡକାୟତି ପରେ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଲେଇମୁଣ୍ଡାରେ ପୋଲିସ ଫାଣ୍ଡି ନଥିବାରୁ ହେମଗିରି ଥାନା ପୋଲିସ ପହଞ୍ଚିବାରେ ବିଳମ୍ବ ହେଉଛି। ଏହି ଅଞ୍ଚଳରେ କୋଇଲା ଖଣି ଥିବାରୁ ପରିବହନଜନିତ ଦୁର୍ଘଟଣା ସହ ଡକାୟତି, ଚୋରି ବୃଦ୍ଧି ପାଇଛି। ବିଶେଷ କରି ଅପରାଧିକ କାର୍ଯ୍ୟକଳାପରେ ସୀମାନ୍ତ ଛତିଶଗଡ଼ର ଅପରାଧୀମାନେ ସାମିଲ ରହୁଛନ୍ତି। ଏହା ଉଭୟ ପୁଲିସ ଓ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ପୋଲିସ ଫାଣ୍ଡି ପ୍ରତିଷ୍ଠା ହେଲେ ଅପରାଧ ଉପରେ ଅଙ୍କୁଶ ଲାଗି ପାରିବା ନେଇ ଆଶା ପ୍ରକାଶ ପାଉଛି। ଏହାକୁ ଦୃଷ୍ଟିରେ ରଖି ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ଦିନ ବିଲେଇମୁଣ୍ଡା ବନ୍ଦ ଡାକରା ଦିଆଯାଇଛି। ଦୋକାନ ବଜ଼ାର ବନ୍ଦ ରହିବା ସହ ଛତିଶଗଡ଼କୁ କୋଇଲା ପରିବହନ ବନ୍ଦ ରହିଛି।

ବିଲେଇମୁଣ୍ଡା ଅଞ୍ଚଳରେ ବେଦାନ୍ତର ଜାମକାନି କୋଇଲା ଖଣି ଚାଲିଥିବାବେଳେ ଆଗକୁ ବହୁ କୋଇଲା ଖଣି ଖୋଲିବାର ଅଛି। ଟ୍ରାଫିକ ସମସ୍ୟା ସହ କୋଇଲା ପରିବହନ ତଥା ବେପାରକୁ ନେଇ ଅପରାଧ ବଢ଼ିବା ସମ୍ଭାବନା ରହିଛି। ତେଣୁ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଏସବୁ ଆ‌ଇନଶୃଙ୍ଖଳା ଓ ଅପରାଧିକ ଗତିବିଧି ରୋକିବାକୁ ସୀମାନ୍ତରେ ନୂଆ ଥାନା ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି।

Leave A Reply

Your email address will not be published.