ବଣାଇ : ମଣିପୁର ହିଂସାକାଣ୍ଡ ପ୍ରତିବାଦରେ ବଣାଇ ଆଦିବାସୀ ମହାସଙ୍ଘର ବିକ୍ଷୋଭ।। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର।
ବଣାଇ : ୧୦/୮ (ସତ୍ୟାନ୍ୟୁଜ) ମଣିପୁର ହିଂସା ପ୍ରତିବାଦରେ ଆଜି ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଆଦିବାସୀ ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମଣିପୁରରେ ବିଶେଷ ଭାବେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର , ଅସମ୍ମାନ ବିରୁଦ୍ଧରେ ସ୍ୱର ଉଠାଇଛନ୍ତି ବଣାଇ ଆଦିବାସୀ ମହାସଂଘ। ଏବେ ମଧ୍ୟ ମଣିପୁରରେ ହିଂସାକାଣ୍ଡ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ଚୁପ ରହିଥିବା ଅଭିଯୋଗ କରିଛି ମହାସଂଘ। ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହି ସମାବେଶରେ ଯୋଗ ଦେଇଥିଲେ। ମହାସଙ୍ଘର ଏକ ପ୍ରତିବାଦ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମଣିପୁରରେ ତୁରନ୍ତ ହିଂସାକାଣ୍ଡ ବନ୍ଦ କରିବା ଲାଗି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯାଇଥିଲା।