ବିରମିତ୍ରପୁର : ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ।। ପ୍ରଥମ ଦିନରେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଔଷଧ ଦିଆଗଲା
ବିରମିତ୍ରପୁର : ୧୦/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଳାରେ ଆଜିଠାରୁ ଆରମ୍ଭ ହୋଇଛି ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ତର ସରୋଜ କୁମାର ମିଶ୍ରଙ୍କ ତଦରଖରେ ଏହି କାର୍ଯ୍ୟକ୍ରମ ଚାଲିଛି।
ବିରମିତ୍ରପୁରରେ ଗୁରୁବାର ଠାରୁ ଆରମ୍ଭ ହୋଇଛି ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ସହରର ସମସ୍ତ ସ୍କୁଲରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ଆଶା କର୍ମୀ , ତାଲିମ ପ୍ରାପ୍ତ ସ୍ବେଚ୍ଛାସେବୀ ମାନେ ଘରକୁ ଘର ବୁଲି ଔଷଧ ସେବନ କରାଇବେ। ବିରମିତ୍ରପୁର ବିଧାୟକ ଶଙ୍କର ଓରାମ , ତହସିଲଦାର , ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।