ଦକ୍ଷିଣପୂର୍ବ ରେଳବାଇ ମହା ପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ମଙ୍ଗଳବାର ଦିନ ରାଉରକେଲା ରେଲୱେ ଷ୍ଟେସନ ପରିଦର୍ଶନ କରିଛନ୍ତି । ତାଙ୍କର ଗସ୍ତ ସମୟରେ ଷ୍ଟେସନ ପରିସରରେ ଏକ ମହିଳା ଆର ପି ଏଫ ବାରାକ ଏବଂ ପ୍ରତୀକ୍ଷାଳୟ ର ଉଦଘାଟନ କରିଛନ୍ତି
। ଶ୍ରୀମତୀ ଯୋଶୀ ତାଙ୍କ ଗସ୍ତ ସମୟରେ ଚକ୍ରଧରପୁର ଡିଭିଜନ ର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଙ୍କ ସହ ଷ୍ଟେସନ ର ଉନ୍ନତି କରଣ ଉପରେ ଆଲୋଚନା କରିଥିଲେ । ରାଉରକେଲା ବାର ଆସୋସିଏସନ ର ସଭାପତି ରମେଶ ବଳ , ସମାଜସେବୀ ପ୍ରକାଶ ପାଶ୍ୱନ , ରାଉରକେଲା ଜାଗରଣ ମଞ୍ଚ ର ସଭାପତି ଅମିତାଭ ସାମଲ ଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ମହାପ୍ରବନ୍ଧକ ଶ୍ରୀମତୀ ଯୋଶୀଙ୍କୁ ଭେଟି ଆଲୋଚନା କରିଥିଲେ । ବନ୍ଧମୁଣ୍ଡା ରେ ଏକ ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ପ୍ରତିଷ୍ଠା ଲାଗି ଜମି ଯୋଗାଇଦେବାକୁ ରାଉରକେଲା ଜାଗରଣ ମଞ୍ଚ ର ଅଧ୍ୟକ୍ଷ ଅମିତାଭ ସାମଲ ମହାପ୍ରବନ୍ଧକ ଙ୍କୁ ନିବେଦନ କରିଥିଲେ ।