ରାଉରକେଲା : ୯/୮ (ସତ୍ୟାନ୍ୟୁଜ) ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ରାଉରକେଲାରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇ ଯାଇଛି। ବିଭିନ୍ନ ଆଦିବାସୀ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରାର ଅୟୋଜନ କରାଯାଇଥିଲା। ବିଶ୍ରା ଛକରୁ ଏହି ଶୋଭାଯାତ୍ରା ବାହାରି ଉଦିତନଗର ପ୍ୟାରେଡ଼ ପଡ଼ିଆରେ ଏକତ୍ରିତ ହୋଇଥିଲେ। ସେଠାରେ ଏକ ଜନ ସଭା ଅନୁଷ୍ଠିତ ହୋଇଥିଲା। ଆଦିବାସୀ ନୃତ୍ୟ କଳା ସଂସ୍କୃତିର ପ୍ରଦର୍ଶନ ମଧ୍ୟ କରାଯାଇଥିଲା। ନିଜର ହକ୍ ହାସଲ ପାଇଁ ସଂଗ୍ରାମ କରିବାକୁ ଜନ ସଭାରେ ଆହ୍ୱାନ ଦିଆଯାଇ ଥିଲା।