ରାଉରକେଲା : ସରକାରୀ ହସପିଟାଲ ପ୍ରବେଶ ପଥରେ ନିର୍ମିତ ରୋଗୀ ପ୍ରତୀକ୍ଷା ସ୍ଥଳ ଉଦଘାଟିତ।। ଉଦଘାଟନ କଲେ ଶ୍ରମ ମନ୍ତ୍ରୀ ସରଦା ପ୍ରସାଦ ନାୟକ।

0 414

ରାଉରକେଲା : ୯/୭ (ସତ୍ୟାନ୍ୟୁଜ) ରାଉରକେଲା ସରକାରୀ ହସପିଟାଲ ପ୍ରବେଶ ଦ୍ୱାରରେ ନୂତନ ଭାବେ ନିର୍ମାଣ କରାଯାଇଥିବା ରୋଗୀ ପ୍ରତୀକ୍ଷା ସ୍ଥଳ ଉଦଘାଟିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଏହ ପ୍ରତୀକ୍ଷା ସ୍ଥଳକୁ ଉଦଘାଟନ କରିଥିଲେ। ୱେଟିଂ ପ୍ଲେସ୍ କୁ ଏନ୍ ଏସ୍ ପି ସି ଏଲ୍ ପକ୍ଷରୁ ନିର୍ମାଣ କରାଯାଇଛି। ଉଦଘାଟନୀ ଉତ୍ସବରେ ସରକାରୀ ହସପିଟାଲର ନିର୍ଦ୍ଦେଶକ ସନ୍ତୋଷ କୁମାର ସ୍ୱାଇଁ ,
ଏନ୍ ଏସ୍ ପି ସି ଏଲ୍ ମହାପ୍ରବନ୍ଧକ କୌଶଲ କିଶୋର ପ୍ରମୂଖ ଉପସ୍ଥିତ ଥିଲେ। ଏହି ରେଷ୍ଟ ଶେଡ଼ ନିର୍ମାଣ ହେବା ଦ୍ୱାରା ହସପିଟାଲ କୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଲାଗି ସୁବିଧା ହେବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.