ସୁନ୍ଦରଗଡ : ୯/୮ (ସତ୍ୟାନ୍ୟୁଜ) ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବୁଧବାର ସନ୍ଧ୍ୟାରେ ଦୁଇ ବାଇକ୍ ଆରୋହି ମୃତ୍ୟୁ ବରଣ କରିଛନ୍ତି। ଏହି ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅଞ୍ଚଳରେ। ସଦର ଥାନାର ଭେଡ଼ାବହାଲ ବଘିଆପଡ଼ା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଯାଇଥିଲା ବାଇକ୍ । ବାଇକ ଚାଳକ ଙ୍କ ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇଥିଲେ। ତାଙ୍କୁ ହସପିଟାଲ ନେବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଭେଡାବହାଲ ର ସଞ୍ଜୟ ମାଝୀ ଏବଂ କିଶୋର ବରିହା ବୋଲି ଜଣାପଡିଛି। ପୋଲିସ ତଦନ୍ତ ଜାରି ରଖିଛି।