ବିରମିତ୍ରପୁର : ‘ଆମେ ନୋହୁଁ କଚଡ଼ାୱାଲୀ , ଆମେ ସଫେଇୱାଲୀ’। ସ୍ଵଛ ସାଥି ଏବଂ ସ୍ବଛ ସୁପର ଭାଇଜର ମାନଙ୍କ ଆତ୍ମ ସମ୍ମାନ ପାଇଁ ରାଲି।

0 489

ବିରମିତ୍ରପୁର : ୮/୮ (ସତ୍ୟାନ୍ୟୁଜ) ‘ଆମେ ନୋହୁଁ କଚଡ଼ା ୱାଲି , ଆମେ ସଫେଇ ୱାଲୀ’। ଏପରି ସ୍ଲୋଗାନ ଦେଇ ଆଜି ବିରମିତ୍ରପୁରରେ ଏକ ଶୋଭାଯାତ୍ରା ବାହାରିଥିଲା। ସ୍ୱଚ୍ଛ ସାଥି ଏବଂ ସ୍ୱଚ୍ଛ ସୁପରଭାଇଜର ମାନେ ବିଭିନ ସ୍ଲୋଗାନ ସମ୍ମଳିତ ପ୍ଲାକାର୍ଡ ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ସଚେତନ କରାଇବା। କଚଡା ସଂଗ୍ରହ ବେଳେ ଲୋକମାନେ ତାଙ୍କୁ ସମ୍ନାନ ସହକାରେ ସମ୍ବନ୍ଧିତ କରନ୍ତୁ। କଚଡାୱାଲୀ ଆସିଗଲା ବୋଲି ନ କୁହନ୍ତୁ।

ଦୀର୍ଘ ତିନି ବର୍ଷ ହେଲା ବିରମିତ୍ରପୁରରେ ଘରକୁ ଘର ବୁଲି ସ୍ବଛସାଥୀ ଏବଂ ସ୍ଵଛ ସୁପରଭାଇଜର କଚଡା ସଂଗ୍ରହ କରୁଛନ୍ତି। ଘରକୁ ଘର ବୁଲିବା ବେଳେ କେତେକ ସ୍ଥନରେ ଲୋକମାନେ ତାଙ୍କୁ କଚଡାୱାଲା କହି ଡାକୁଛନ୍ତି । ‘ସେମାନେ ସଫେଇୱାଲା ଆଉ ଆମେ କଚଡାୱାଲା’ ବୋଲି କହିଛନ୍ତି ବିରମିତ୍ରପୁର ନଗରପାଳ ସନ୍ଦୀପ ମିଶ୍ର।

ସ୍ଵଛସାଥି ଏବଂ ସ୍ଵଛ ସୁପର ଭାଇଜର ମାନେ ସହର ପରିକ୍ରମା କରି ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ। ସେମାନଙ୍କୁ ଫୁଲ ତୋଡା ଦେଇ ନଗରପାଳ ଏବଂ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାଗତ କରିଥିଲେ। ସ୍ଵଛସାଥି ଏବଂ ସୁପର ଭାଇଜର ମାନଙ୍କ ଆତ୍ମ ସମ୍ମାନ ପାଇଁ ଏପରି ଅଭିନବ ପଦକ୍ଷେପ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.