ବଣାଇ : ବଣାଇ ଅଞ୍ଚଳକୁ ଦୁଇଟିଦନ୍ତାଙ୍କ ପୁନ୍ନ ପ୍ରବେଶ।। ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି। ଘଉଡାଇବାକୁ ବଣବିଭାଗର ଉଦ୍ୟମ ଜାରି।

0 413

ବଣାଇ : ୮/୮ (ସତ୍ୟାନ୍ୟୁଜ) କିଛିଦିନ ବ୍ୟବଧାନ ପରେ ବଣାଇ ଅଞ୍ଚଳରେ ପୁଣି ଦେଖା ଦେଇଛି ହାତୀ ଉପଦ୍ରବ। ଗୋଠ ଛଡା ଦୁଇଟି ଦନ୍ତା ଏବେ ବଣାଇ ଅଞ୍ଚଳରେ ପ୍ରବେଶ କରି ଘର ଭାଙ୍ଗିଦେବା ସହ ଫସଲ ନଷ୍ଟ କରୁଛନ୍ତି। ମୁଖ୍ୟତଃ ଦନ୍ତାଟି ତଳିତା ବିଟ୍ ଅଞ୍ଚଳର ବଡପୋଷ , ଗୋଗୁଆ , ତେଲିଡିହି, କେଲ , ନୂଆପାଲି ଆଦି ଅଞ୍ଚଳରେ ଗତିବିଧି ଜାରି ରଖିଛି। ଏହି ହାତୀଟି
କୁଳିପୋଷ ରେଞ୍ଜ ଅଞ୍ଚଳରେ ଥିବା ବେଳେ ନଦୀ ପାର ହୋଇ ଗ୍ରାମରେ ପ୍ରବେଶ କରୁଛି। ଏବେ ଗୋଟିଏ ହାତୀ ବଣାଇ ନର୍ସରୀ ରେ ଥିବା ବେଳେ ଅନ୍ୟ ହାତୀଟି ଧରଣୀଧର ପାଲି ଜଙ୍ଗଲ ରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବେ ତଳି ରୋଇବା ସମୟ ହୋଇଥିବାରୁ ହାତୀ ଦ୍ୱାରା ନଷ୍ଟ ହେବାର ଭୟ ରହିଛି। ବନ ବିଭାଗ ପକ୍ଷରୁ ହାତୀ ଦୁଇଟିକୁ ଘଞ୍ଚ ଜଙ୍ଗଲକୁ ଘଉଡାଇବାକୁ ଉଦ୍ୟମ କରାଯାଉଛି।

Leave A Reply

Your email address will not be published.