ସୁନ୍ଦରଗଡ଼ : ଅପହୃତ ପ୍ରଧାନ ଶିକ୍ଷକଙ୍କୁ ୧୦ ଘଣ୍ଟା ମଧ୍ୟରେ ଉଦ୍ଧାର କଲେ ପୋଲିସ।। ୩ ଗିରଫ।। ୨ଟି ପିସ୍ତଲ , ସ୍କ୍ରପିଓ ଗାଡି ଜବତ।

0 874

ସୁନ୍ଦରଗଡ଼: ୮/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ପୋଲିସକୁ ମିଳିଛି ଏକ ବଡ ସଫଳତା। ଅପହରଣ ହୋଇଥିବା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ମାତ୍ର ୧୦ ଘଣ୍ଟା ମଧ୍ୟରେ ଉଦ୍ଧାର କଲେ କିଞ୍ଜିରିକେଲା ଥାନା ପୋଲିସ। ଏହାସହ ପୋଲିସ ୩ ଜଣ ଅପହରଣକର୍ତ୍ତାଙ୍କୁ ଗିରଫ କରିଥିବା ବେଳେ କ୍ରାଇମରେ ବ୍ୟବହୃତ ୨ଟି ପିସ୍ତଲ ଏବଂ ଗୋଟିଏ ସ୍କରୋପିଓ ଗାଡି ଜବତ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ବ୍ରାହ୍ମଣମରା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସର୍ବେଶ୍ୱର ଦାସ ଗତକାଲି ସନ୍ଧ୍ୟାରେ ଅପହୃତ ହୋଇଥିଲେ। ସ୍କୁଲରୁ ଫେରୁଥିବା ବେଳେ ଲିଫ୍ଟ ଦେବା ବାହାନାରେ ୬ ଜଣ ଦୃବୁତ୍ତ ତାଙ୍କୁ ଏକ ସ୍କରୋପିଓ ଗାଡ଼ିରେ ପିସ୍ତଲ ମୁନରେ ଅପହରଣ କରି ନେଇଥିଲେ। ପରେ ଅପହୃତଙ୍କୁ ଛାଡିବାକୁ ତାଙ୍କ ସ୍ତ୍ରୀଙ୍କୁ ଫୋନରେ ୫ ଲକ୍ଷ ଟଙ୍କା ବଟି ମାଗିଥିଲେ। ସର୍ବେଶ୍ୱରଙ୍କ ସ୍ତ୍ରୀ ୫ ଲକ୍ଷ ଦେବାକୁ ନିଜ ଅସମର୍ଥତା ପ୍ରକାଶ କରିବା ପରେ ଲକ୍ଷେ ଟଙ୍କାରେ କଥା ଛିଣ୍ଡିଥିଲା।
କୌଣସି ସୂତ୍ରରୁ ଖବର ପାଇ ପୋଲିସ ର ଦୁଇଟି ଟିମ୍ ଛତିଶଗଡ଼ ଜଙ୍ଗଲ ରେ ଚଢ଼ାଉ କରି ଶିକ୍ଷକଙ୍କୁ ଉଦ୍ଧାର କରିବା ସହ ୩ ଜଣ ଦୁର୍ବୃତଙ୍କୁ ଗିରଫ କରିଥିଲେ। ଅନ୍ୟ ଫେରାର ଦ୍ରୁବୃତ୍ତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

Leave A Reply

Your email address will not be published.