ରାଉରକେଲା : ଦେଶରେ ୫୦୮ଟି ଷ୍ଟେସନର ଆଧୁନିକରଣ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ।। ରାଜଗାଙ୍ଗପୁର ଷ୍ଟେସନର ଆଧୁନିକରଣ ହେବ।

0 460

ରାଉରକେଲା : ୬/୮ (ସତ୍ୟାନ୍ୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶରେ ୫୦୮ଟି ରେଳ ଷ୍ଟେସନର ଆଧୁନିକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଷ୍ଟେସନର ରୂପାନ୍ତରଣ ହେଉଛି। ଭିଡିଓ କନ୍ଫରେନସ ମାଧ୍ୟମରେ ଏହି ଶିଳାନ୍ୟାସ ଉତ୍ସବ ସମାହିତ ହୋଇଛି। ଏହି ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କା ବିନିଯୋଗ ହେବ। ଓଡ଼ିଶାରେ ୨୫ ଟି ଷ୍ଟେସନର ଆଧୁନିକରଣର ଶିଳାନ୍ୟାସ ହୋଇଛି। ଷ୍ଟେସନର ଏହି ପୁନ୍ନବିକାଶରେ ୫୩୨ କୋଟି ଟଙ୍କା ନିବେଶ ହେବ। ସୁନ୍ଦରଗଡ଼ ଜିଲ୍ଲାରେ ରାଜଗାଙ୍ଗପୁର ଷ୍ଟେସନ ଆଧୁନିକରଣର ଶିଳାନ୍ୟାସ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସଂସଦ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜଗାଙ୍ଗପୁର ଷ୍ଟେସନର ବିକାଶ ପାଇଁ ୩୦ କୋଟି ଟଙ୍କା ବିନିଯୋଗ କରାଯିବ। ଏହା ଛଡା ଚକ୍ରଧରପୁର ରେଳ ମଣ୍ଡଳର ବଡ଼ବିଲ ଷ୍ଟେସନର ମଧ୍ୟ ଆଧୁନିକରଣ ଶିଳାନ୍ୟାସ କରାଯାଇଛି ।

Leave A Reply

Your email address will not be published.