ରାଉରକେଲା : ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟତା ଫେରି ପାଇ ଥିବାରୁ କଂଗ୍ରେସ ପକ୍ଷରୁ ସ୍ୱାଗତ ସମାରୋହ।

0 380

ରାଉରକେଲା : ୭/୮ (ସତ୍ୟାନ୍ୟୁଜ) କଂଗ୍ରେସ ସଂସଦ ରାହୁଲ ଗାନ୍ଧୀ ତାଙ୍କ ଲୋକସଭା ସଦସ୍ୟତା ଆଜି ଫେରି ପାଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଲୋକସଭା କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଂଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଷ୍ପତ୍ତିକୁ ସ୍ୱାଗତ କରି ଆଜି ରାଉରକେଲା ଯୁବ କଂଗ୍ରେସ ଏବଂ କଂଗ୍ରେସ ସଂଖ୍ୟା ଲଘୁ ସେଲ୍ ପକ୍ଷରୁ ଏଜ ସ୍ୱାଗତ ସମାରୋହର ଅୟୋଜନ କରା ଯାଇଥିଲା। ଛାତ୍ର କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତ ବାରିକ ଏବଂ ସଂଖ୍ୟା ଲଘୁ ସେଲ୍ ଅଧ୍ୟକ୍ଷ ଇଜାଜ୍ ଅଖତର ଅଧ୍ୟକ୍ଷତାରେ ଏହି ସମାରୋହ ହୋଇଥିଲା। ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର , ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରବୋଧ ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କଂଗ୍ରସ ଭବନ ପରିସରରେ ନୂତନ ଯୁବ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଜନାର୍ଦ୍ଦନ ଦେହୁରୀ ଏହି ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ।

Leave A Reply

Your email address will not be published.