ମୟୁରଭଞ୍ଜ : କୁଳିଆଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ନିଆଁ ଲାଗି ଜଳିଗଲା ଆସବାବପତ୍ର।। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।

0 371

ମୟୁରଭଞ୍ଜ: ୫/୮ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟୋର ରୁମରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟି ବହୁ ସମ୍ପତ୍ତି ପୋଡି ନଷ୍ଟ ହୋଇ ଯାଇଛି । ରାତି ସମୟରେ କୋଠରୀଟି ବନ୍ଦ ଥିବାବେଳେ ହଠାତ୍ ଭିତର ପଟୁ ନିଆଁ ଲାଗିଥିଲା। ପରେ ନିଆଁର ପ୍ରକୋପ ବଢି ଉକ୍ତ ଗୃହର ସବୁ ଆଡେ ବ୍ୟାପି ଯାଇଥିଲା। ଫଳରେ ଭିତରେ ଥିବା ସମସ୍ତ ଆସବାବପତ୍ର ସହିତ ମେଡିସିନ୍‌ ନିଆଁରେ ପୋଡି ପାଉଁଶ ହୋଇ ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତକରିଥିଲେ।
ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ଅଗ୍ନି ନିର୍ବାପକ ଯନ୍ତ୍ର ଥିଲା କି ନାହିଁ ତାହା ଜଣା ପଡି ନାହିଁ । ସେଠାରେ ଥିବା ଅକ୍ସିଜେନ ସିଲିଣ୍ତର ଫାଟି ପ୍ରଚଣ୍ତ ଶବ୍ଦ ହେବା ସହ ସିଲିଣ୍ଡରର କିଛି ଅଂଶ ଛିଟିକି ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନା ପାଇ ବାରିପଦା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଉକ୍ତ କୋଠରୀର ନିକଟରେ ଥିବା ରୋଗୀ ମାନଙ୍କ ପାଇଁ କୌଣସି ବିପଦର ସୂଚନା ନ ଥିବା ବେଳେ କେଉଁ କାରଣରୁ ନିଆଁ ଲାଗିଲା ତାହା ତଦନ୍ତ ପରେ ଜଣା ପଡିବ ବଲି ସୂଚନା ମିଳିଛି ।

Leave A Reply

Your email address will not be published.