ବିରମିତ୍ରପୁର : ୫/୮ (ସତ୍ୟାନ୍ୟୁଜ) ଜବର ଦଖଲ ଉଚ୍ଛେଦ ବେଳେ ଶନିବାର ଦିନ ବିରମିତ୍ରପୁରରେ ଉତ୍ତେଜନା ଦେଖା ଦେଇଛି। ଉଚ୍ଛେଦ ଦୋକାନୀ ମାନେ ପ୍ରଥମେ ଥଇଥାନ ଏବଂ ପରେ ଉଛେଦ ଦାବିରେ ଅଡ଼ି ବସିଛନ୍ତି। ଏହି ଉଚ୍ଛେଦ ପ୍ରକ୍ରିୟା ନୂଆ ବସ ଷ୍ଟାଣ୍ଡ ନିକଟରେ ଆରମ୍ଭ ହୋଇଛି। ସେଠାରେ ଏକ ସ୍ମାର୍ଟ ପାର୍କ ନିର୍ମାଣ ଲାଗି ଜାଗା ଚିହ୍ନଟ କରାଯାଇଥିଲା। ଉକ୍ତ ଜାଗାକୁ ଲାଗି କେତେକ ଦୋକାନ ଥିବାରୁ ଏହାକୁ ଉଛେଦ କରିବା ଲାଗି ଆଜି ପୌରପାଳିକା ଅଧିକାରୀ ମାନେ ଜେସିବି ସହ ପହଞ୍ଚି ଥିଲେ। ମାତ୍ର ଏହାକୁ ସ୍ଥାନୀୟ କେତେକ ଲୋକ ବିରୋଧ କରିବା ଦେଖା ଯାଇଥିଲା। ଥଇଥାନ ପରେ ଉଚ୍ଛେଦ କରିବାକୁ ଲୋକମାନେ ଦାବି କରିଛନ୍ତି। ଉତ୍ତେଜନା ଥିବାରୁ ପୋଲିସ ମୁତୟନ କରାଯାଇଛି।