ସୁନ୍ଦରଗଡ଼ : ପିସ୍ତଲ ମୁନରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଘରେ ସଶସ୍ତ୍ର ଡକାୟତି।। ନଗଦ ୩୨ ଲକ୍ଷ , ୨୦ ଲକ୍ଷରୁ ଉର୍ଦ୍ଧ୍ବ ସୁନା , ପିସ୍ତଲ , ଗୁଳି ଲୁଟ୍।
ପୂର୍ବତନ ବ୍ଲକ ଅଧକ୍ଷଙ୍କ ଘରେ ସଶସ୍ତ୍ର ଡକାୟତି
ସୁନ୍ଦରଗଡ଼ : ୫/୮ (ସତ୍ୟାନ୍ୟୁଜ) ହେମଗିରି ପଞ୍ଚାୟତ ସମିତିର ପୂର୍ବତନ ଅଧକ୍ଷ ଗୋପାଳ ପ୍ରଧାନଙ୍କ ଘରେ ହୋଇ ଯାଇଛି ସଶସ୍ତ୍ର ଡକାୟତି। ଗୋପାଳଙ୍କ ବିଲେଇମୁଣ୍ଡା ସ୍ଥିତ ବାସଭବନରେ ହୋଇଛି ଏହି ସଶସ୍ତ୍ର ଡକାୟତି। ଗୁରୁବାର ରାତି ପ୍ରାୟ ତିନିଟା ବେଳେ ୫ ଜଣ ଡକାୟତ ଘର ପଛପଟ ଦେଇ ତାଙ୍କ ଘରେ ପଶିଥିଲେ। ସମସ୍ତ ଡକାୟତଙ୍କ ହାତରେ ପିସ୍ତଲ ଥିଲା। ଘରେ ଥିବା ସମସ୍ତ ସଦସ୍ୟଙ୍କୁ ବାନ୍ଧି ଦେବା ସହ ଗୋପାଳଙ୍କ ଛୋଟ ନାତୁଣୀ ମୁଣ୍ଡରେ ପିସ୍ତଲ ରଖି ଲୁଟ୍ ପାଟ କରିଥିଲେ। ବନ୍ଧୁକ ମୁନରେ ଘରେ ଥିବା ନଗଦ ୩୨ ଲକ୍ଷ ଟଙ୍କା , ୪୦୦ ଗ୍ରାମ ସୁନା ଲୁଟି ନେଇଥିଲେ। ଲୁଟ୍ ସମୟରେ ଗୋପାଳଙ୍କ ଲାଇସେନ୍ସ ପ୍ରାପ୍ତ ପିସ୍ତଲ ଏବଂ ଜାଇଲୋ ଗାଡି କୁ ନେଇ ଫେରାର ହୋଇ ଯାଇଥିଲେ। ଘରେ ଥିବା ୨୪ଟି ଗୁଳି ମଧ୍ୟ ଡକାୟତ ମାନେ ନେଇ ଯାଇଛନ୍ତି। ସୂଚନା ପାଇ ହେମଗିରି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି। ଛତିଶଗଡ଼ ସୀମାନ୍ତରୁ ଡକାୟତ ମାନେ ଛାଡି ଯାଇଥିବା ଗୋପାଳଙ୍କ ଗାଡିକୁ ଉଦ୍ଧାର କରାଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।