ଦେଶରେ ପେଟ୍ରୋଲ , ଡିଜେଲ , ରନ୍ଧନ ଗ୍ୟାସ ର ଦର ସର୍ବକାଳୀନ ରେକର୍ଡ ଭଙ୍ଗ କରିଛି । ବିଭିନ୍ନ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ଉପରେ ପହଞ୍ଚିଥିବା ବେଳେ ଡିଜେଲ ଦର ଲିଟର ପିଛା ୧୦୩ ଟଙ୍କା ଉପରେ ରହିଛି । ଏହାଛଡା ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୯୦୦ ଟଙ୍କାରୁ ଉର୍ଦ୍ଧ୍ବ ରହିଛି
। ତୈଳ ଏବଂ ଗ୍ୟାସ ର ଅହେତୁକ ଦର ବୃଦ୍ଧିରେ ବିଭିନ୍ନ ରାଜନୈତିକ ଦଳ ଚିନ୍ତା ବ୍ୟକ୍ତ କରିଥିବା ବେଳେ ମଙ୍ଗଳବାର ଦିନ କଂଗ୍ରେସ ପକ୍ଷରୁ ତୈଳ ଜାତୀୟ ସାମଗ୍ରୀ ଦର ବୃଦ୍ଧି ବିରୁଦ୍ଧରେ ଆନ୍ଦୋଳନ କରାଯାଉଛି । ଓଡିଶା ଯୁବ କଂଗ୍ରେସ ପକ୍ଷରୁ ତୈଳ ଦର ବୃଦ୍ଧି ପ୍ରତିବାଦ ରେ ମଧ୍ୟ ଆନ୍ଦୋଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଉରକେଲା ର ଯୁବ କଂଗ୍ରେସ ପକ୍ଷରୁ ତୈଳ ଦର ରେ ବୃଦ୍ଧି ପ୍ରତିବାଦ ରେ ମଙ୍ଗଳବାର ଦିନ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।