ରାଉରକେଲା : ୪/୮ (ସତ୍ୟାନ୍ୟୁଜ) ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ରାଉରକେଲା ଅବକାରୀ ବିଭାଗ ଓମ୍ ନିସାର ନାମକ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି। ଗିରଫ ଯୁବକ ନିକଟରୁ ୧୪ କେଜି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଅବକାରୀ ବିଭାଗ ଏବଂ ଆରପିଏଫ ଟିମ୍ ରେଲୱେ ଷ୍ଟେସନ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏହି ଯୁବକଙ୍କୁ ଧରିଥିଲେ। ଯୁବକଙ୍କ ଘର ବିହାର ର ଚମ୍ପାରନ୍ ଜିଲ୍ଲାରେ। ତଲାସୀ ବେଳେ ଯୁବକଙ୍କ ବ୍ୟାଗରୁ ୧୪ କେଜି ୨୮୬ ଗ୍ରାମ ଗଞ୍ଜେଇ ମିଳିଛି। ଏହି ଯୁବକ ଓଡ଼ିଶାରୁ ବିହାର ବେଆଇନ ଭାବରେ ଗଞ୍ଜେଇ ଚାଲାଣ କରୁଥିଲା । ଅଭିଯୁକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି ।