ଉତ୍ତରାଖଣ୍ଡ : ପ୍ରବଳ ବର୍ଷାରେ ପାହାଡ଼ର ପାଣି ଏବଂ ଆବର୍ଜନା ସ୍ରୋତରେ ୩ ଦୋକାନ ଭାସିଗଲା।। ଗୋୖରୀକୁଣ୍ଡରେ ୧୩ ଜଣ ନିଖୋଜ।
ଉତ୍ତରାଖଣ୍ଡ : ୪/୭ (ସତ୍ୟାନ୍ୟୁଜ) ଉତ୍ତରାଖଣ୍ଡର ଗୌରିକୁଣ୍ଡରେ ୧୩ ଜଣ ଶ୍ରଦ୍ଧାଳୁ ଏବଂ ସ୍ଥାନୀୟ ଲୋକ ନିଖୋଜ ହୋଇ ଯାଇଛନ୍ତି। ନିଖୋଜଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି। କେଦାରନାଥରେ ଏବେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଏକ ପାହାଡ଼ରୁ ଖସିଥିବା ପଥର ଏବଂ ଆବର୍ଜନା ସ୍ରୋତରେ ୨ଟି ଦୋକାନ ମଧ୍ୟ ଭାସି ଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଗତ କାଲି ବିଳମ୍ବିତ ରାତିର ଘଟଣା।
ଏବେ ବାବା କେଦାରନାଥଙ୍କ ଯାତ୍ରା ଚାଲିଥିବା ବେଳେ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଯାଉଛନ୍ତି। କେଦାରନାଥରେ ଲଗାଣ ବର୍ଷା ଲାଗି ରହିଛି। ଗତ ରାତିରେ ପ୍ରବଳ ବର୍ଷା ଯୋଗୁ କେଦାରନାଥ ଯିବା ବାଟରେ ପଡ଼ୁଥିବେ ଗୌରିକୁଣ୍ଡରେ ଏକ ପାହାଡ଼ରୁ ପଥର ସହ ଆବର୍ଜନା ବର୍ଷା ପାଣି ସ୍ରୋତରେ ଭାସି ଆସିଥିଲା। ଏହାର ପ୍ରଖର ସ୍ରୋତରେ ୩ଟି ଦୋକାନ ଭାସି ଯାଇଥିବା ବେଳେ ୧୩ ଜଣଙ୍କ ପତ୍ତା ମିଳୁନି। ଆବର୍ଜନା ତଳେ କିଛି ଲୋକ ଦବି ରହିଥିବା ସଦେହ କରାଯାଉଛି। ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଭୀଷଣ ବର୍ଷା ଯୋଗୁଁ ଅସୁବିଧା ସୃଷ୍ଟି ହେଉଛି।
ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଆଜି ବି ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।