ରାଉରକେଲା : ମନ୍ଦିରା ଡ୍ୟାମର ସମସ୍ତ ୧୧ଟି ଗେଟ୍ ଖୋଲା ଗଲା।। ୬ଟି ଗେଟ୍ ସମ୍ପୂର୍ଣ୍ଣ ଖୋଲା ଗଲା।। ବ୍ରାହ୍ମଣୀ ନଦୀରେ ବନ୍ୟା ଆଶଙ୍କା।
ରାଉରକେଲା : ୩/୮ (ସତ୍ୟାନ୍ୟୁଜ) କାଂଶବାହାଲ ସ୍ଥିତ ମନ୍ଦିରା ଡ୍ୟାମର ଜଳ ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ଡ୍ୟାମର ସମସ୍ତ ୧୧ଟି ଗେଟ୍ କୁ ଖୋଲି ଦିଆଯାଇଛି। ୬ଟି ଗେଟକୁ ସମ୍ପୂର୍ଣ୍ଣ ଖୋଲି ଦିଆଯାଇଥିବା ବେଳେ ଆଉ ୫ଟି ଗେଟ୍ କୁ ୫ ଫୁଟ ଲେଖାଏଁ ଖୋଲା ଯାଇଛି। ଅଗଷ୍ଟ ୧ ତାରିଖ ଦିନ ୭ ଟି ଗେଟ୍ ଖୋଲି ଦିଆଯାଇଥିଲା। ଗତକାଲି ଗୋଟିଏ ଗେଟ୍ ଖୋଲା ଯାଇଥିବା ବେଳେ ଆଜି ଅନ୍ୟ ୩ଟି ଗେଟ୍ କୁ ଖୋଲି ଦିଆଯାଇଛି। ଫଳରେ ବ୍ରାହ୍ମଣୀ ନଦୀ ଜଳ ସ୍ତରରେ ନିରନ୍ତର ଭାବେ ବୃଦ୍ଧି ଘଟୁଛି। ଏପଟେ କୋଏଲ ନଦୀର ଜଳ ସ୍ତର ମଧ୍ୟ ବୃଦ୍ଧି ପାଉଛି। ଏବେ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ନଦୀକୂଳରେ ବସବାସ କରୁଥିବା ଲୋକ ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆ ଯାଇଛି। ଏହା ସହ ନଦୀ ମଧ୍ୟରେ କୌଣସି କାର୍ଯ୍ୟକଳାପ କରିବାକୁ ବାରଣ କରାଯାଇଛି ।