ରାଉରକେଲା : ଲଗାଣ ବର୍ଷାରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ।। ଫୁଲୁଛି ବ୍ରାହ୍ମଣୀ ନଦୀ।। ମନ୍ଦିରା ଡ୍ୟାମର ୧୧ଟି ଗେଟ ଖୋଲିଲା।

0 941

ରାଉରକେଲା : ୩/୮ (ସତ୍ୟାନ୍ୟୁଜ) ରାଉରକେଲା ସମେତ ସୁନ୍ଦରଗଡର ଲଗାଣ ବର୍ଷା ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଆଜି ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଛି। ଗତକାଲି ଦିନ ୧୨ ଟାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷାରେ ସହରର ବିଭିନ୍ନ ଅଞ୍ଚଳରେ ପାଣି ଭରି ଯାଇଛି। କେତେକ ବସ୍ତି ଅଞ୍ଚଳରେ ଆଜି ମଧ୍ୟ ପାଣି ଜମି ରହିଛି। ରେଲୱେ କଲୋନୀ ବସ୍ତି , ଡେଲିମାର୍କେଟ ହରିୟାଣା ଭବନ ଗଳି , ଶିଳ୍ପାଞ୍ଚଳ , ବେଦବ୍ୟାସ , ଦଣ୍ଡିଆପାଲି ଆଦି ଅଞ୍ଚଳରେ ବର୍ଷା ଜଳ ଜମି ରହିଥିଲା। ଗୋପବନ୍ଧୁ ପାଲି ର ନୂଆ ବସ୍ତିରେ ପାଣି ପଶି ଯିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେହିପରି ପ୍ଲାଣ୍ଟ ସାଇଟ୍ ରୋଡ଼ ର ସାରଳା ବସ୍ତି ଆଦିରେ ମଧ୍ୟ ପାଣି ପଶି ଯାଇଥିଲା। ଆରଏସପି ପାଚେରୀ କଡରେ ମଇଳା ଜମି ରହିଥିବାରୁ ପାଣି ଶୀଘ୍ର ନିଷ୍କାସିତ ହୋଇ ପାରୁ ନାହିଁ। ଫଳରେ ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି।

ଅନ୍ୟପକ୍ଷରେ ବର୍ଷା ଯୋଗୁଁ ଏବଂ ମନ୍ଦିରା ଡ୍ୟାମର ୧୧ଟି ଗେଟ ଖୋଲି ଦିଆ ଯାଇଥିବାରୁ ବ୍ରାହ୍ମଣୀ ନଦୀ ଜଳ ସ୍ତର ବୃଦ୍ଧି ପାଇଛି । ସମଲ ବ୍ୟାରେଜରେ ମଧ୍ୟ କେତୋଟି ଗେଟ ଖୋଲା ଯାଇ ଥିବାରୁ ବ୍ରହ୍ମଣୀରେ ବନ୍ୟା ପରିସ୍ଥିତି ଦେଖା ଦେଇଛି।

Leave A Reply

Your email address will not be published.