କୋଇଡା : ନାଳରେ ପାଣି ଭରି ଯିବାରୁ ଦୁଇଦିନ ହେଲା ଫସି ରହିଛନ୍ତି ଲୋକମାନେ। କୋଇଡା ବ୍ଲକର ଗୋପିସାହିର ସ୍ଥିତି ସଙ୍ଗୀନ।

0 368

କୋଇଡା : ୩/୮ (ସତ୍ୟାନ୍ୟୁଜ) ଦୁଇଦିନ ହେଲା ସୁନ୍ଦରଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ନଦୀ , ନାଳରେ ଜଳସ୍ତର ବୃଦ୍ଧି ପାଇଛି। ନାଳରେ ପାଣି ଭରି ଯିବାରୁ ଜିଲ୍ଲାର କୋଇଡା ବ୍ଲକ ଅଡାଘାଟ ଗ୍ରାମର ଗୋପିସାହିର ୩୦ ରୁ ଉର୍ଦ୍ଧ ପରିବାର ଏବେ ଫସି ରହିଛନ୍ତି। ଲଗାଣ ବର୍ଷା ରେ ସୁନା ନାଳ ଫୁଲି ଉଠିବାରୁ ଏହି ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛି। ଫଳରେ ସେଠାରେ ଲୋକମାନେ ବହୁ ଅସୁବିଧାରେ ଅଛନ୍ତି। ଗତ ବର୍ଷ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇ ଗ୍ରାମଟି ବିଛିନ୍ନ ହୋଇଯାଇଥିଲା। ସେତେବେଳେ ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାନୀୟ ଅଧିକାରୀ ମାନେ ଉଦ୍ଧାର କାର୍ଯ୍ୟ କରିଥିଲେ। ରଶି ଲଗାଇ ନାଳ ସେପଟେ ଗୋପିସାହି ବାସିନ୍ଦା ଙ୍କୁ ଖାଦ୍ୟ ସାମଗ୍ରୀ, ଓୌଷଧ ଓ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚାଇଥିଲେ। ଖୁବ୍ ଶୀଘ୍ର ସେଠାରେ ଏକ ପୋଲ ନିର୍ମାଣ କରାଯିବା ନେଇ ପ୍ରତିଶ୍ରୁତି ମଧ୍ୟ ଦିଆ ଯାଇଥିଲା। ସେତୁ ନିର୍ମାଣ ନେଇ ନେଇ ଏଷ୍ଟିମେଟ୍ ମଧ୍ୟ ହୋଇଥିଲା । ମାତ୍ର ଏପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିନାହିଁ।ବର୍ତ୍ତମାନ ପରିସ୍ଥିତି ଠିକ୍ ଗତ ବର୍ଷ ପରି ହୋଇଛି। ସ୍ଥାନୀୟ ଲୋକମାନେ ସେଠାରେ ଖୁବ ଶୀଘ୍ର ଏକ ସେତୁ ନିର୍ମାଣ କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.