ରାଉରକେଲା : ବାଦଲଗିରି ଜଳ ପ୍ରପାତରେ ପାଣିରେ ବୁଡି ନିଖୋଜ ଯୁବକଙ୍କ ଶବ ଉଦ୍ଧାର।। ୩ ଦିନ ପରେ ଉଦ୍ଧାର କଲା ଓଡ୍ରାଫ ଏବଂ ଫାୟାର ଟିମ୍।

0 513

ରାଉରକେଲା : ୧/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକରେ ଥିବା ବାଦଲଗିରି ଜଳପ୍ରପାତରେ ରବିବାର ଦିନ ପାଣିରେ ବୁଡି ନିଖୋଜ ଯୁବକଙ୍କ ଶବ ଆଜି ଉଦ୍ଧାର କରାଯାଇଛି। ତିନିଦିନ ପରେ ରାଉରକେଲା ଓଡ୍ରାଫ ଟିମ୍ ଏବଂ ବଣାଇ ଫାୟାର ଟିମ୍ ଶବ ଉଦ୍ଧାର କରିଛନ୍ତି। ସୂଚନାଯୋଗ୍ୟଯେ ରବିବାର ଦିନ ଜୟକୃଷ୍ଣ ସାହୁ ଏବଂ ତାଙ୍କର ଅନ୍ୟ ତିନି ସାଙ୍ଗ ବାଦଲଗିରି ଜଳ ପ୍ରପାତ ବୁଲି ଯାଇଥିଲେ । ଜୟକୃଷ୍ଣ ରାଉରକେଲା ଏନ୍ ଆଇ ଟି ରେ ଏକ ଚୁକ୍ତିଭିତ୍ତିକ କମ୍ପାନୀ ଅଧୀନରେ କାମ କରୁଥିଲେ। ତାଙ୍କ ଘର ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଳିତା ଗ୍ରାମରେ। ସେ ଚାରିଜଣ ସାଙ୍ଗଙ୍କ ସହ ବାଦଲଗିରି ଜଳପ୍ରପାତ ବୁଲୁ ଥିବା ବେଳେ କୌଣସି କାରଣରୁ ସେଠାରେ ପାଣିରେ ପଡି ନିଖୋଜ ହୋଇ ଯାଇଥଲେ। ଆଜି ତାଙ୍କ ଶବ ଉଦ୍ଧାର କରାଯାଇଛି।
ବାଦଲଗିରି ଜଳପ୍ରପାତ ଏକ ବିପଦ ସଙ୍କୁଳ ଜଳପ୍ରପାତ ଭାବେ ପରିଗଣିତ। ଏଠାରେ ଦୁଇବର୍ଷ ପୂର୍ବରୁ ଚାରିଜଣ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ। ଏହାପରେ ବାଉଁଶ ବାରିକେଡିଂ କରି ଏହି ଜଳପ୍ରପାତ କୁ ବନ୍ଦ କରି ଦିଆଯାଇଥିଲା।

Leave A Reply

Your email address will not be published.