ରାଉରକେଲା : ମନ୍ଦିରା ଡ୍ୟାମର ୭ଟି ସ୍ପିଲୱେ ଏବଂ ଦୁଇଟି ସ୍ଲୁଇସ୍ ଗେଟ ଖୋଲାଗଲା।। ବ୍ରାହ୍ମଣୀ ନଦୀ ଜଳ ସ୍ତରରେ ବୃଦ୍ଧି ସମ୍ଭାବନା।। ସତର୍କ ରହିବାକୁ ସୂଚନା।

0 406

ରାଉରକେଲା : ୧/୮ (ସତ୍ୟାନ୍ୟୁଜ) ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ ଏବଂ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। କାଂଶବାହାଲରେ ଥିବା ମନ୍ଦିରା ଡ୍ୟାମର ଜଳ ସ୍ତର ବୃଦ୍ଧି ପାଉଥିବାରୁ ୭ଟି ଗେଟ ଖୋଲି ଦିଆଯାଇଛି। ୭ଟି ସ୍ପିଲୱେ ଖୋଲା ଯାଇଥିବା ବେଳେ ଦୁଇଟି ସ୍ଲୁଇସ୍ ଗେଟ ଖୋଲି ଦିଆଯାଇଛି। ମନ୍ଦିରା ଡ୍ୟାମରେ ଥିବା ୧୧ଟି ଗେଟରୁ ୭ଟି ଗେଟ ଖୋଲା ଯାଇଥିବାରୁ ବ୍ରାହ୍ମଣୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେଣୁ ନଦୀ କୂଳରେ ବସବାସ କରୁଥିବା ଲୋକ ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ନଦୀ ମଧ୍ୟରେ ବିଭିନ୍ନ କାର୍ଯ୍ୟରୁ ନିବୃତ୍ତ ରହିବାକୁ କୁହାଯାଇଛି।

Leave A Reply

Your email address will not be published.