ମୟୁରଭଞ୍ଜ : ୩୧/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୋବାଇଲ ଫୋନ ହଜାଇ ଦେବାରୁ ଠେଙ୍ଗାରେ ପିଟି ପିଟି ସ୍ବାମୀ ମାରିଦେଲା ନିଜ ସ୍ତ୍ରୀକୁ। ଏହିଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅନ୍ତର୍ଗତ ତାରାଯୋଡ଼ି ଗ୍ରାମରେ। ସ୍ବାମୀ ରାମଚନ୍ଦ୍ର ସିଂ ତାଙ୍କ ସ୍ତ୍ରୀ ମୁଗୁଲି ସିଂଙ୍କ ସହିତ ରବିବାର ରାତିରେ ମୋବାଇଲ ହଜାଇବାକୁ ନେଇ ପାଟି ତୁଣ୍ଡ ହୋଇଥିଲା। ଏହି ଘଟଣାକୁ ନେଇ ସ୍ୱାମୀ ଉତକ୍ଷିପ୍ତ ହୋଇ ପାଖରେ ଥିବା ଏକ ଠେଙ୍ଗାରେ ମାଡ ମାରିଥିଲେ। ଫଳରେ ସ୍ତ୍ରୀ ମୁଗୁଲିଙ୍କର ମୃତ୍ୟୁ ହୋଇ ଯାଇଥିଲା। ସୋମବାର ସକାଳୁ କୁଳିଅଣା ପୁଲିସ ଖବର ପାଇ ଶବ ଜବତ କରିବା ସହିତ ଏକ ହତ୍ୟା ମାମଲା ରୁଜୁ କରି ଥିଲେ। ପୋଲିସ ସ୍ବାମୀ ରାମଚନ୍ଦ୍ରଙ୍କୁ ଥାନାରେ ଗିରଫ କରି ଅଧିକ ପଚରା ଉଚରା ଜାରି ରଖିଛନ୍ତି। ଅଭିଯୁକ୍ତ ସ୍ୱାମୀ ରାମଚନ୍ଦ୍ର ସିଂ ବନବିଭାଗର ସବୁଜ ବାହିନୀରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟକରୁଥିବା ଜଣା ପଡିଛି |