ମୟୁରଭଞ୍ଜ : ମଣିପୁର ହିଂସାକାଣ୍ଡ ଏବଂ ମହିଳାଙ୍କ ପ୍ରତି ଅସଦାଚରଣ ର ପ୍ରତିବାଦ କରିଛି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା।। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର।
ମୟୁରଭଞ୍ଜ : ୩୧/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମଣିପୁରରେ ଆଦିବାସୀ ମହିଳାଙ୍କ ପ୍ରତି ଅସଦାଚରଣର ପ୍ରତିବାଦ କରିଛି ରାଇରଙ୍ଗପୁର ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା। ଜେ ଏମ୍ ଏମ୍ ର କର୍ମୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମଣିପୁରରେ ହୋଇଥିବା ଆଦିବାସୀ ମହିଳାଙ୍କ ପ୍ରତି ଅସଦବ୍ୟବହାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ମଣିପୁର ହିଂସାକାଣ୍ଡ ପ୍ରତିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କେନ୍ଦ୍ରମନ୍ତ୍ରୀ ଅମିତ ସାହା ଓ ମଣିପୁର ରୁ ମୁଖ୍ୟମନ୍ତ୍ରୀ ଏସ କେ ବିରେନଙ୍କ କୁଶ ପୁତଳିକା ଦାହ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ର ରାଜ୍ୟ ସଭାପତି ଅଞ୍ଜନୀ ସୋରେନଙ୍କ ନିର୍ଦ୍ଦେଶରେ ଓଡିଶା ରାଜ୍ୟ ପ୍ରବୋକ୍ତା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସୁନୀଲ ମାଝୀ,କେନ୍ଦ୍ରୀୟ କମିଟୀ ସଦସ୍ୟ ସାଲୁ କିସ୍କୁ,ସମ୍ପାଦକ ଘନଶ୍ୟାମ ପିଙ୍ଗୁଆ,ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା, ସାଂଗଠନିକ ସଂପାଦକ ଧିରେନ ମାର୍ଣ୍ଡି, ଉପସଭାପତି ମଦନମୋହନ ମାର୍ଣ୍ଡି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସରୋଜିନୀ ହେମ୍ବ୍ରମ,୩୩ ନଂ ବିଶୋଇ ଜିଲ୍ଲା ପରିଷଦ ସଦସ୍ୟା ଶୀତଲ କିସ୍କୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମ ସୁନ୍ଦର ହାଁସଦାଃ,ଦାରା ସିଂ ମୁଣ୍ଡା,ବିଶୋଇ ବ୍ଲକ ସମ୍ପାଦକ ମଙ୍ଗଲ ମୁର୍ମୁ,ବହଳଦା ବ୍ଲକ ସଭାପତି ସୁରେଶ ମୁର୍ମୁ,ଉପସଭାପତି ରାମଚନ୍ଦ୍ର ବଦରା,ରାଇରଙ୍ଗପୁର ବ୍ଲକ କାଳିଚରଣ ଟୁଡୁ,ବିଜାତଳା ବ୍ଲକ ସଭାପତି ବ୍ରଜ ମୋହନ ମୁର୍ମୁ,ସାଲଖାନ ହେମ୍ବ୍ରମ,ଫାଗୁ ବାସ୍କେ,ସଂଖ୍ୟାଲଘୁ ସଂପ୍ରଦାୟର ଜିଲ୍ଲା ସଭାପତି ଏସକେ ସାନୁଆର,ବାମନଘାଟୀ ସଂଖ୍ୟାଲଘୁ ସେଲ ସଭାପତି ଏସ କେ ଜିକରାନ,ଏସ କେ ସାଦିମା,ଏସକେ ଜାହିଦ,ଏସକେ ନାଜିର ହୁସେନ ଏବଂ ଶତାଧିକ ଜେଏମଏମ କର୍ମୀ ସାମିଲ ହୋଇଥିଲେ।