ରାଇରଙ୍ଗପୁର : ଟାଟା ପାୱାର ଲିମିଟେଡ଼ ର ନୂତନ ଡିଭିଜନ କାର୍ଯ୍ୟାଳୟ ଉଦଘାଟିତ।। କର୍ମଚାରୀଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ।

0 445

ରାଇରଙ୍ଗପୁର : ୩୧/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ସହର ପୁରୁଣା ଟିପିଏନଓଡିଏଲ ଡିଭିଜନ କାର୍ଯ୍ୟାଳୟର ନବୀକରଣ କରାଯାଇ ଆଜି ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ବର ଟିପିଏନଓଡିଏଲ କର୍ପୋରେଟ ଅଫିସର ସିଇଓ ଭାସ୍କର ସରକାର , ମୁଖ୍ୟ ବ୍ୟବସାୟିକ ଅଧିକାରୀ ଦୁଷ୍ମନ୍ତ କୁମାର ତ୍ୟାଗି,ସିଏସଆର ଦିଲ୍ଲୀପ କୁମାର ସାହୁ, ବାରିପଦା ମଣ୍ଡଳ ଅଧିକାରୀ ଏସ ଇ ହରିଶ ପଣ୍ଡା, ରାଇରଙ୍ଗପୁର ଡିଭିଜନର ବ୍ୟବସ୍ଥାପକ ପାର୍ଥସାରଥୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଟିପିଏନଓଡିଏଲ ଡିଭିଜନର ସମସ୍ତ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ବାଲେଶ୍ବର ଡିଭିଜନ ସିଇଓ ଭାସ୍କର ସରକାରଙ୍କ କହିବା ଅନୁଯାୟୀ ଏହି ଟିପିଏନଓଡିଏଲ ଡିଭିଜନ କାର୍ଯ୍ୟାଳୟଟି କର୍ମଚାରୀମାନଙ୍କ ପାଇଁ ଉନ୍ନତମାନର ହୋଇଛି ଏବଂ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ସହାୟକ ହେବ। ଆଗରୁ ଥିବା ପୁରୁଣା କାର୍ଯ୍ୟାଳୟ ତୁଳନାରେ ଏହା ବଡ ରହିଛି ଯେଉଁଠି ସମସ୍ତ କାମ ପାଇଁ ଭିନ୍ନ ଭିନ୍ନ କୋଠରୀ ରହିଛି । ମୋଟରେ ଓଡିଶାରେ ଥିବା ଅନ୍ୟାନ୍ୟ ଟିପିଏନଓଡିଏଲ ଡିଭିଜନ ମଧ୍ୟରେ ଏହାର ମଧ୍ୟ ସ୍ବାତନ୍ତ୍ରତା ରହିଛି।

Leave A Reply

Your email address will not be published.