ବଣାଇ : ଦୁଇଟି ଦୁଃଖଦ ଘଟଣାରେ ଦୁଇ ନାବାଳିକାଙ୍କ ମୃତ୍ୟୁ।। ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ।। ବଜ୍ରପାତରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା।
ବଣାଇ : ୩୧/୭ (ସତ୍ୟାନ୍ୟୁଜ) ବଣାଇ ଥାନା ଅଞ୍ଚଳରେ ସୋମବାର ଦିନ ଦୁଇଟି ପୃଥକ ପୃଥକ ଘଟଣାରେ ଦୁଇ ଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି।
କନ୍ତସରା ଗ୍ରାମର ସୁଧାଂଶୁ ପାତ୍ରଙ୍କ ଝିଅ ରାନୁ ପାତ୍ର ଆଜି ଖେଳୁଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଛି। ଘର ସାମ୍ନାରେ ଏକ ବିଦ୍ୟୁତ୍ ତାର ଛିଣ୍ଡି ତଳେ ପଡ଼ି ଥିଲା। ରାନୁ ହଠାତ୍ ସେଇ ଛିଣ୍ଡା ତାର ସଂସ୍ପର୍ଶରେ ଆସି ଯିବାରୁ କରେଣ୍ଟ ଲାଗି ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ବଣେଇ ଉପଖଣ୍ଡ ଚିିକିତ୍ସାଳୟ ନେଇ ଯାଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟ ଏକ ଘଟଣାରେ ବଣାଇ ଥାନା ଅନ୍ତର୍ଗତ ଘୁଷୁରା ଗ୍ରାମ ନିକଟରେ ବଜ୍ରାପାତରେ ଜଣେ ନବଳିକାର ମୃତ୍ୟୁ ଘଟିଛି। ଜମି ରେ ତଳି ଲଗାଉ ଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି । ନାବାଳିକା ଅଙ୍କିତା କିଷାନ ତାର ଅଜା ଘରେ ରହି ପାଠ ପଢୁ ଥିଲା। ଉକ୍ତ ଦୁଇଟି ଘଟଣାରେ ବଣାଇ ପୋଲିସ ଦୁଇଟି ଅପମୃତ୍ୟୁ ମାମଲା ରଜ୍ଜୁ କରି ତଦନ୍ତ କରୁଛି।