ସୁନ୍ଦରଗଡ଼ : ହେମଗିରି ବ୍ଲକ ଏନ୍ ଟି ପି ସି ଡୁଲିଙ୍ଗା କୋଇଲା ଖଣିରେ ଉତ୍ତେଜନା।। ଖଣି ବନ୍ଦ କଲେ ବିସ୍ଥାପିତ ହୋଇଥିବା ମହିଳା ମାନେ ।
ସୁନ୍ଦରଗଡ଼ : ୩୧/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ଡୁଲିଙ୍ଗା ରେ ଥିବା ଏନଟିପିସି ର କୋଇଲା ଖଣିରେ ଉତ୍ତେଜନା ଦେଖା ଦେଇଛି। ବିଭିନ୍ନ ଦାବି ପୂରଣ ଲାଗି ଆଜି ବିସ୍ଥାପିତ ଆନ୍ଦୋଳନ କାରୀ ମହିଳା ମାନେ ଖଣି ବନ୍ଦ କରିଛନ୍ତି। ପୂର୍ବରୁ ଦାବି ପୂରଣ ଲାଗି ଆନ୍ଦୋଳନ କରିଥିଲେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ଆଜି ଅନିର୍ଦିଷ୍ଟ କାଳ ପାଇଁ ଖଣି ବନ୍ଦ କରିଛନ୍ତି ମହିଳା ମାନେ । ଥଇଥାନ ଏବଂ କ୍ଷତିପୂରଣ ଦାବିରେ ଦୀର୍ଘ ଦିନରୁ ଆନ୍ଦୋଳନ କରିଆସୁଛନ୍ତି ଏହି ମହିଳା ମାନେ। ଦାବି ପୂରଣ ଲାଗି କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିଶୃତି ପରେ ଖଣି ବନ୍ଦ ଆନ୍ଦୋଳନରୁ ସେତେବେଳେ ମହିଳା ମାନେ ଓହରି ଥିଲେ । ମାତ୍ର ଦାବି ପୁରାଣ ନହେବାରୁ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଖଣି ବନ୍ଦ କରିଛନ୍ତି। ପୋଲିସ ଆନ୍ଦୋଳନ କାରୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଖଣି ଅଞ୍ଚଳକୁ ଧସେଇ ପଶି ଯାଇଛନ୍ତି। ଉତ୍ତେଜନା ଥିବାରୁ ଖଣି ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି ।
ଦୀର୍ଘ ଦିନ ହେଲା ମହିଳା ମାନେ ପୁନର୍ବାସ ଓ ଥଇଥାନ ନେଇ କମ୍ପାନୀ ପାଖରେ ଦାବି କରି ଆସୁଛନ୍ତି ।
ଏନ୍ ଟି ପି ସି ଡୁଲୀଙ୍ଗା କୋଇଲା ଖଣି ବିସ୍ଥାପିତ ମହିଳା ଯେଉଁ ମାନେ Section 4(1) ର ତିନି ବର୍ଷ ଆଗରୁ ବାହା ହୋଇ ନ ଥିଲେ ସେମାନେ ଓଡ଼ିଶା R & R ଏବଂ ଏନ୍ ଟିଁ ପି ସି ପଲିସି ସହିତ , ସମ୍ଭିଧାନ ର ଧାରା ୩୦୦ ଏ ଓ ସର୍ବୋଚ୍ଚ ନ୍ୟାୟଳୟ ର ଆଦେଶ ଅନୁସାରେ କମ୍ପେନସେଶନ ରାଶି ପାଇବାର ଯୋଗ୍ୟ। ଏହି ନିୟମରେ ମାତ୍ର ୩୨ ଜଣ ବିସ୍ଥାପିତ ମହିଳାଙ୍କୁ ଏହି ରାଶି ମିଳିଥିବା ବେକେ ଆହୁରି ୬୦ ରୁ ଉର୍ଦ୍ଦ ମହିଳାଙ୍କ ପାଉଣା ବାକି ଅଛି ।
ସେହି ପରି ଜଙ୍ଗଲ ଜମି ଅଧିକାରରେ ରାଜସ୍ବ ପଟ୍ଟା ପାଇଥିବା ଜମି ମାଲିକ ମାନଙ୍କୁ ତାଙ୍କର ବିସ୍ଥାପିତ ପଲିସି ହିସାବରେ ଫାଇଦା ଦେବା ପାଇଁ ବିସ୍ଥାପିତ ପଲିସି ଓ ଓଡ଼ିଶା ପ୍ରିନ୍ସିପାଲ ସେକ୍ରେଟାରୀ ଙ୍କ ପତ୍ର ସହିତ ଉଚ୍ଚ ନ୍ୟାୟାଳୟର ଆଦେଶ ଥିଲେ ମଧ୍ୟ ତାଙ୍କୁ ତାଙ୍କର ପ୍ରାପ୍ୟ ଦିଆ ଯାଉ ନାହିଁ ।
ବାରମ୍ବାର ଆନ୍ଦୋଳନ ,କମ୍ପାନୀ ସହ ଆଲୋଚନାରେ ମଧ୍ୟ ଲାଭ ମିଳୁନାହିଁ। ଜିଲ୍ଲା ପ୍ରଶାସନ ଏବଂ କମ୍ପାନୀ ଉଭୟ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଦୀର୍ଘ ତିନି ବର୍ଷ ହେଲା ଆନ୍ଦୋଳନ କରି ଆସୁଥିଲେ , ତଥାପି ଦାବୀ ପୂରଣ ନହେବାରୁ ଆଜି ଠାରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଖଣି ବନ୍ଦ କରି ଦେଇଛନ୍ତି ବିସ୍ଥାପିତ ମହିଳା ମାନେ ।