ରାୟଗଡା : ନିର୍ମାଣଧୀନ କଲଭର୍ଟର ଛାତ ଭୁଶୁଡି ପଡିବାରୁ ୪ଶିଶୁଙ୍କ ସମେତ ୫ ମୃତ।। କଲ୍ୟାଣସିଂହପୁର ଉପରସାଜା ନାଳ ଉପରେ ହୋଇଥିଲା ବ୍ରିଜ।

0 375

ରାୟଗଡା : ୩୧/୭ (ସତ୍ୟାନ୍ୟୁଜ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଉପରସାଜା ନିକଟରେ ଏକ ନିର୍ମାଣାଧୀନ କଲଭର୍ଟର ଛାତ ଭୁଶୁଡି ପଡିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ୪ ଜଣ ଶିଶୁ ଅଛନ୍ତି। ସୋମବାର ସକାଳେ ଏହି ଅଘଟଣ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ କଲ୍ୟାଣସିଂହପୁର ଉପରସାଜା ନିକଟ ନାଳ ଉପରେ ଏକ କଲଭର୍ଟ କାମ ଚାଲିଥିଲା। ପ୍ରାୟ ଦୁଇ ମାସ ତଳେ ଏହାର ଛାତ ପଡ଼ିଥିଲା। ଲଗାଣ ବର୍ଷା ଯୋଗୁ କଲଭର୍ଟ କାମ ବନ୍ଦ ରହିଥିଲା।
ଏହି ନାଳ ଉପରେ ଆଖପାଖ ଲୋକେ ପ୍ରାୟ ଗାଧୋଇ ଥାଆନ୍ତି। ସବୁ ଦିନ ପରି ଆଜି ବି କିଛି ଲୋକ ଏବଂ ଶିଶୁ ଉକ୍ତ ନାଳରେ ଗାଧୋଉଥିଲେ। ଏହି ସମୟରେ ବ୍ରିଜଟି ଖସି ପଡ଼ିବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା।
ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି ବ୍ରିଜର ନିର୍ମାଣ କରା ଯାଉଛି। ନିମ୍ନମାନର କାମ ହେତୁ ଅକାଳରେ ନିରୀହ ଜୀବନ ଚାଲି ଯାଇଥିବା ଅଭିଯୋଗ ହେଉଛି। ମୁଖ୍ୟତଃ ଦୁଇ ଚକିଆ ଯାନ ଏବଂ ଲୋକଙ୍କ ଯାତାୟତ ନିମନ୍ତେ ଏହି କଲଭର୍ଟର ନିର୍ମାଣ କରାଯାଉଥିଲା ।

Leave A Reply

Your email address will not be published.