ମହାରାଷ୍ଟ୍ର : ଟ୍ରେନ ଭିତରେ ଗୁଳିକାଣ୍ଡ।। ଆରପିଏଫ୍ କନେଷ୍ଟବଳ ଗୁଳି ଚଳାଇବାରୁ ୪ ଜଣଙ୍କ ମୃତ୍ୟୁ।। ଅଭିଯୁକ୍ତ ବନ୍ଧୁକ ସହ ଅଟକ।

0 619

ମହାରାଷ୍ଟ୍ର : ୩୧/୭ (ସତ୍ୟାନ୍ୟୁଜ) ଜୟପୁର ଏକ୍ସପ୍ରେସ ଟ୍ରେନ ଭିତରେ ଆଜି ସକାଳୁ ଏକ ଅଭାବନୀୟ ଘଟଣାରେ ଜଣେ ଆରପିଏଫ୍ ଏଏସଆଇ ଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି। ଟ୍ରେନ ମଧ୍ୟରେ ଯାଉଥିବା ଜଣେ
ଆରପିଏଫ୍ କନେଷ୍ଟବଳ ନିଜ ଅଟୋ ମେଟିକ ବନ୍ଧୁକରୁ ହଠାତ ଗୁଳି ଚାଳନା କରିବାରୁ ଜଣେ ଏଏସଆଇ ଙ୍କ ସମେତ ଚାରିଜଣ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ଘଟିଛି ଟ୍ରେନ ପାଲଘର ଷ୍ଟେସନ ପାର ହେବାପରେ। ଗୁଳିକାଣ୍ଡର କାରଣ ଜଣା ପଡିନଥିବା ବେଳେ ଅଭିଯୁକ୍ତ
ଆରପିଏଫ୍ କନେଷ୍ଟବଳକୁ ବନ୍ଧୁକ ସହ ପୋଲିସ ଅଟକ ରଖିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି। ଏହି ଟ୍ରେନ ମୁମ୍ବାଇରୁ ଜୟପୁର ଯାଉଥିବା ଜଣା ପଡ଼ିଛି।

Leave A Reply

Your email address will not be published.