ରାଉରକେଲା : ବାଦଲଗିରି ଜଳପ୍ରପାତରେ ପାଣିରେ ବୁଡି ଯୁବକ ନିଖୋଜ।। ଫାୟାର ଟିମ୍ ର ସର୍ଚ୍ଚ ଅପରେସନ ଜାରି।

0 849

ରାଉରକେଲା : ୩୦/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକରେ ଥିବା ବାଦଲଗିରି ଜଳପ୍ରପାତରେ ରବିବାର ଦିନ ଜଣେ ଯୁବକ ପାଣିରେ ବୁଡି ନିଖୋଜ ଅଛନ୍ତି। ନିଖୋଜ ଯୁବକ ଜଣକ ହେଲେ ଜୟକୃଷ୍ଣ ସାହୁ । ସେ ରାଉରକେଲା ଏନ୍ ଆଇ ଟି ରେ ଏକ ଚୁକ୍ତିଭିତ୍ତିକ କମ୍ପାନୀ ଅଧୀନରେ କାମ କରୁଥିବା ସୂଚନା ମିଳିଛି। ତାଙ୍କ ଘର ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଳିତା ଗ୍ରାମରେ। ଆଜି ସେ ଚାରିଜଣ ସାଙ୍ଗଙ୍କ ସହ ବାଦଲଗିରି ଜଳପ୍ରପାତ ବୁଲି ଯାଇଥିଲେ। କୌଣସି କାରଣରୁ ସେଠାରେ ସେ ପାଣିରେ ପଡି ନିଖୋଜ ହୋଇ ଯାଇଛନ୍ତି। ଫାୟାର ଟିମ୍ ଆଜି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରି ପାରି ନାହାନ୍ତି। ସୋମବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ।
ବାଦଲଗିରି ଜଳପ୍ରପାତ ଏକ ବିପଦ ସଙ୍କୁଳ ଜଳପ୍ରପାତ ଭାବେ ପରିଗଣିତ। ଏଠାରେ ଦୁଇବର୍ଷ ପୂର୍ବରୁ ଚାରିଜଣ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ। ଏହାପରେ ବାଉଁଶ ବାରିକେଡିଂ କରି ଏହି ଜଳପ୍ରପାତ କୁ ବନ୍ଦ କରି ଦିଆଯାଇଥିଲା।

Leave A Reply

Your email address will not be published.