ବଣାଇ : ଦରେଇକଲା ଗ୍ରାମରେ ଘର ଭିତରୁ ନାବଳିକାଙ୍କ ମୃତ ଦେହ ଉଦ୍ଧାର।। ହତ୍ୟା ସନ୍ଦେହ।। ପୋଲିସ ତଦନ୍ତ ଜାରି।

0 627

ବଣାଇ : ୩୦/୭(ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର ଦରେଇକଲା ଗ୍ରାମରେ ରବିବାର ଦିନ ଏକ ଘରୁ ଜଣେ ୯ବର୍ଷ ନବାଳିକାର ମୃତ ଦେହ ଉଦ୍ଧାର କରାଯାଇଛି। ଉକ୍ତ ନାବାଳିକାଙ୍କ ବେକରେ କଳା ଦାଗ ଥିବାରୁ ସନ୍ଦେହସୃଷ୍ଟି ହୋଇଛି। ନାବାଳିକାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତକଙ୍କ ମା ପ୍ରଥମେ ତାଙ୍କ ଝିଅର ମୃତ ଦେହ ଦେଖି ପାଟି କରିଥିଲେ। ପାଖ ପଡିଶା ଏକାଠି ହୋଇ ପୋଲିସକୁ ଖବର ଦେଇଥିଲେ। ଏବେ ପୋଲିସ ତଦନ୍ତ ଜାରି ରହିଛି। ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ଡାକ୍ତର କହିଛନ୍ତି।

Leave A Reply

Your email address will not be published.