ରାଉରକେଲା ରେ ଦୁର୍ଘଟଣା ରେ ନାବାଳକ ମୃତ୍ୟୁ କୁ ନେଇ ଉତ୍ତେଜନା । ପ୍ରତିବାଦ ରେ ବସଷ୍ଟାଣ୍ଡ ଅଞ୍ଚଳ ରେ ରାସ୍ତା ଅବରୋଧ ।

0 980

.କାର ଦୁର୍ଘଟଣାରେ ଜଣେ ନାବାଳକ ର ମୃତ୍ୟୁ କୁ ନେଇ ରାଉରକେଲା ବସ ଷ୍ଟାଣ୍ଡ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଫେରାର କାର ଚାଳକର ଗିରଫ ଦାବି ଏବଂ କ୍ଷତିପୂରଣ ଦାବିରେ ସ୍ଥାନିୟ ଲୋକମାନେ ମଙ୍ଗଳବାର ସକାଳେ ବସଷ୍ଟାଣ୍ଡ ରୋଡ଼ ରେ ଟାୟାର ଆଦି ଜାଳି ରାସ୍ତା ଅବରୋଧ କରିଛନ୍ତି ।

ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟାରେ ଜଣେ ନାବାଳକ ସଡକ ପାର କରୁଥିବା ବେଳେ ଏକ ଦ୍ରୁତଗାମୀ କାର ଧକ୍କା ଦେବା ଫଳରେ ଉକ୍ତ ନାବାଳକ ଗୁରୁତର ଆହତ ହୋଇଥିଲେ । ରାଉରକେଲା ଆଇ ଜି ଏଚ ରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳକଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାକୁ ନେଇ ଗାନ୍ଧୀ ରୋଡ଼ ଅଞ୍ଚଳ ରେ ଉତ୍ତେଜନା ଦେଖାଦେଇଥିଲା । ରାସ୍ତା ଅବରୋଧ କରି ଲୋକମାନେ କାର ଚାଳକର ଗିରଫ ଦାବି କରିଛନ୍ତି । ଉତ୍ତେଜନା ଥିବାରୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

Leave A Reply

Your email address will not be published.