ମୟୁରଭଞ୍ଜ : ହାତୀ ଦଳକୁ ଘଉଡାଇବା ପାଇଁ ନିଆଁ ହୁଳା ପକାଇବା ଘଟଣା।। ଦୁଇ ଅସ୍ଥାୟୀ ବନ ବିଭାଗ କର୍ମଚାରୀ ବରଖାସ୍ତ।

0 360

ମୟୁରଭଞ୍ଜ : ୩୦/୭ (ସତ୍ୟାନ୍ୟୁଜ) ହାତୀ ଦଳ ଉପରକୁ ନିଆଁହୁଳା ପକାଇ ଘଉଡାଇବା ଉଦ୍ୟମ କରୁଥିବା ଅଭିଯୋଗରେ ବନବିଭାଗ ଦୁଇଜଣ ଅସ୍ଥାୟୀ କର୍ମଚାରୀଙ୍କୁ ଚାକିରୀ ରୁ ବରଖାସ୍ତ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଜଙ୍ଗଲର ବିଭିନ୍ନ ଗ୍ରାମରେ କିଛିଦିନ ହେଲା ହାତୀପଲ୍ଲ ପଶି ଧନ ଜୀବନ ନଷ୍ଟ କରୁଛନ୍ତି। କିଛିଦିନ ତଳେ ହାତୀ ଘଉଡାଇବାକୁ କେତେକ ଲୋକ ହାତୀ ଉପରକୁ ନିଆଁ ହୁଳା ପକାଇବା ଭିଡିଓ ଭାଇରଲ ହୋଇଥିଲା। ନିଆଁହୁଳା ପକାଇବାରୁ ଗୋଟିଏ ହାତୀ ମଧ୍ୟ ଆହତ ହୋଇଥିଲା। ଏହି ଘଟଣାର ତଦନ୍ତ କରି ବନ ବିଭାଗ ପକ୍ଷରୁ ଦୁଇଜଣ ଅସ୍ଥାୟୀ ବନ କର୍ମଚାରୀଙ୍କୁ ଚାକିରୀ ରୁ ବାହାର କରିଦିଆ ଯାଇଛି। ବରଖାସ୍ତ ହୋଇଥିବା ଦୁଇଜଣ ଅସ୍ଥାୟୀ କର୍ମଚାରୀ ଦୁଧିଆଣି ଫରେଷ୍ଟ ରେଞ୍ଜ ର ବୋଲି ଜଣା ପଡିଛି।

Leave A Reply

Your email address will not be published.