ରାଉରକେଲା : ମାଲଗାଡି ଇଞ୍ଜିନରୁ ଅଲଗା ହୋଇ ଗଲା ବଗି।। କପ୍ ଲିଙ୍କ ଭାଙ୍ଗି ଯିବାରୁ ଏପରି ଅଘଟଣ ଘଟିଥିଲା।

0 533

ରାଉରକେଲା : ୨୯/୭ (ସତ୍ୟାନ୍ୟୁଜ) ରାଉରକେଲା ବାସନ୍ତୀ କଲୋନୀ ଓଭରବ୍ରିଜ ନିକଟରେ ହାୱାଡା-ମୁମ୍ବାଇ ଲାଇନରେ ଏକ ମାଲଗାଡ଼ିର ଇଞ୍ଜିନ ସହ ଅଧା ବଗି ଅଲଗା ହୋଇଯାଇଥିଲା। ଇଞ୍ଜିନ୍‌କୁ ଲାଗିଥିବା ୮ଟି ବଗି ପ୍ରାୟ ୧ କି.ମି. ପର୍ଯ୍ୟନ୍ତ ଆଗକୁ ଗଡ଼ିଯାଇଥିଲା। ଅନ୍ୟ ୧୨ରୁ ଅଧିକ ବଗି ପଛରେ ରହିଯାଇଥିଲା। ଦୁଇଟି ବଗି ଯୋଡ଼ିବାକୁ ବ୍ୟବହୃତ କପ୍‌ ଲିଙ୍କ ଭାଙ୍ଗିଯିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଦୁର୍ଘଟଣାରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ରେଳବାଇର ଟେକ୍ନିକାଲ୍‌ ଟିମ୍‌ ପହଞ୍ଚି ଅଲଗା ହୋଇଥିବା ବଗିକୁ ସଂଯୋଗ କରିବାର ପ୍ରାୟ ତିନି ଘଣ୍ଟା ପରେ ମୁମ୍ବାଇ-ହାଓଡା ମୁଖ୍ୟ ମାର୍ଗରେ ରେଳଯାତ୍ରା ସ୍ବାଭାବିକ ହୋଇଥିଲା। ତିନି ଘଣ୍ଟା ଧରି ମୁମ୍ବାଇ-ହାଓଡା ମୁଖ୍ୟ ମାର୍ଗରେ ଉଭୟ ପାର୍ଶ୍ବରୁ କିଛି ଟ୍ରେନ୍‌ ଅଟକି ରହିଥିଲା। ଭୁବନେଶ୍ବରରୁ ରାଉରକେଲା ଆସୁଥିବା ଇଣ୍ଟରସିଟିର ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପୂର୍ବରୁ ମୁମ୍ବାଇ-ହାଓଡା ଲାଇନରେ ଏକାଧିକବାର ଏଭଳି ଘଟଣା ଘଟିଛି। ଦାୟିତ୍ବରେ ଥିବା କର୍ମଚାରୀଙ୍କ ଅବହେଳାରୁ ଏମିତି ତ୍ରୁଟି ହୋଇଥିବା କୁହାଯାଉଛି।

Leave A Reply

Your email address will not be published.