ରାଉରକେଲା : ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ପାଳନ କରୁଛି ‘ସମ୍ବଲପୁରୀ ଦିନ୍’। ଅଗଷ୍ଟ ୧ ତାରିଖରେ ରାଉରକେଲା କ୍ଲବରେ ବିଭିନ୍ନ କାର୍ଯ୍ୟକ୍ରମ
ରାଉରକେଲା : ୩୦/୭ (ସତ୍ୟାନ୍ୟୁଜ) ଆସନ୍ତା ଅଗଷ୍ଟ ୧ ତାରିଖରେ ରାଉରକେଲାରେ ପାଳନ କରାଯିବ ‘ସମ୍ବଲପୁରୀ ଦିନ୍’। ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ପକ୍ଷରୁ ଏହି ଦିବସ ରାଉରକେଲା କ୍ଲବ ଠାରେ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ ରବିବାର ଦିନ ଏକ ଶୋଭାଯାତ୍ରା ପରିଷଦ ପକ୍ଷରୁ ବାହାରି ଥିଲା। ଉଦିତନଗର ମିନି ଷ୍ଟାଡିଅମ ଠାରୁ ଏହି ଶୋଭାଯାତ୍ରା ବାହାରି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପାର୍କ ନିକଟରେ ପହଞ୍ଚିବା ପରେ ସେଠାରେ ଏକ ସଭା ହୋଇଥିଲା। ପଶ୍ଚିମ ଓଡିଶାର କଳାଏବଂ ସଂସ୍କୃତିକୁ ଉଜ୍ଜୀବିତ ରଖିବା ଲାଗି ଏହି କାର୍ଯ୍ୟକ୍ରମର ଅୟୋଜନ କରାଯାଉଛି ବୋଲି ଆୟୋଜକ ମାନେ କହିଛନ୍ତି।