ରାଉରକେଲା : ଶାନ୍ତି ଶୃଙ୍ଖଳା ସହ ମୋହରମ ସମ୍ପନ୍ନ।। ଇଣ୍ଟିଗ୍ରେସନ ଫୋରମ ପକ୍ଷରୁ ତାଜିଆ କମିଟି ସଦସ୍ୟଙ୍କୁ ସମ୍ବର୍ଦ୍ଧନା।।

0 509

ରାଉରକେଲା : ୨୯/୭ (ସତ୍ୟାନ୍ୟୁଜ) ରାଉରକେଲାରେ ମୋହରମ ପର୍ଵ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଛି। ବିଭିନ୍ନ ମୋହରମ କମିଟି ପକ୍ଷରୁ ତାଜିଆ ଶୋଭାଯାତ୍ରାର ଅୟୋଜନ କରାଯାଇଥିଲା। ସମୁଦାୟ ୪ଟି ତାଜିଆ କମିଟି ପକ୍ଷରୁ ଶୋଭାଯାତ୍ରା ବାହାର କରାଯାଇ ସହର ପରିକ୍ରମା କରିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ଉପସ୍ଥିତ ରହି ପୋଲିସ ବ୍ୟବସ୍ଥା ତଦାରଖ କରିଥିଲେ। ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଉରକେଲା ଇଣ୍ଟିଗ୍ରେସନ ଫୋରମ ପକ୍ଷରୁ ଅୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏସପି ଏବଂ ଶ୍ରମ ମନ୍ତ୍ରୀ ତାଜିଆ କମିଟିର ସଦସ୍ୟ ମାନଙ୍କୁ ସମ୍ମାନିତ କରିଥିଲେ।

Leave A Reply

Your email address will not be published.