ରାଉରକେଲା : ମୋହରମ ପର୍ବ ପାଳନ ଲାଗି ସମସ୍ତ ପ୍ରସ୍ତୁତି ଶେଷ।। ଶାନ୍ତି ଶୃଙ୍ଖଳା ସହ ମୋହରମ ପାଳନ ଲାଗି ଇଣ୍ଟିଗ୍ରେସନ ଫୋରମର ନିବେଦନ।
ରାଉରକେଲା : ୨୯/୭ (ସତ୍ୟାନ୍ୟୁଜ) ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମ । ମୋହରମ ପାଇଁ ବିଭିନ୍ନ କମିଟି ପକ୍ଷରୁ ତାଜିଆ ଶୋଭାଯାତ୍ରା ଲାଗି ସମସ୍ତ ପ୍ରସ୍ତୁତି ସରିଛି। ଏହା ସହ ଶାନ୍ତି ଶୃଙ୍ଖଳା ସହ ମୋହରମ ପର୍ବ ସମ୍ପନ୍ନ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଉରକେଲା ସହରରେ ସମୁଦାୟ ୪ ଟି ତାଜିଆ ଶୋଭାଯାତ୍ରା ବାହାରିବ।ଶୃଙ୍ଖଳିତ ଶୋଭାଯାତ୍ରା ପାଇଁ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଛି । ସହରର ଡେଲିମାର୍କେଟ , ମାଲଗୋଦାମ , ନାଲାରୋଡ଼ , ପୁରୁଣା ଷ୍ଟେସନ ରୋଡ଼ , ପୁରୁଣା ଟାକ୍ସି ଷ୍ଟାଣ୍ଡ ଆଦି ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି। ଦିନ ୩ଟା ବେଳେ ଶୋଭାଯାତ୍ରା ଆରମ୍ଭ କରାଯାଇ ସନ୍ଧ୍ୟା ୭ ଟା ମଧ୍ୟରେ ସମ୍ପନ୍ନ କରିବାକୁ ନିର୍ଣ୍ଣୟ ନିଆଯାଇଛି। ଶାନ୍ତି ଶୃଙ୍ଖଳା ସହ ମୋହରମ ପର୍ବ ପାଳନ ଲାଗି ରାଉରକେଲା ଇଣ୍ଟିଗ୍ରେସନ ଫୋରମ ପକ୍ଷରୁ ନିବେଦନ କରାଯାଇଛି।