ମୟୁରଭଞ୍ଜ : ମାସ ମାସ ଧରି ଭତ୍ତା ପାଉନଥିବାରୁ ପଞ୍ଚାୟତ ଅଧିକାରୀ ଲୋକଙ୍କ ଆକ୍ରୋଶର ଶିକାର।। କାର୍ଯ୍ୟାଳୟରେ ଟଣାଓଟରା ସହ ମାଡ ମାରିବା ଅଭିଯୋଗ।

0 352

ମୟୁରଭଞ୍ଜ : ୨୮/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମାସ ମାସ ଧରି ଭତ୍ତା ପାଉ ନଥିବାରୁ ହିତାଧିକାରୀଙ୍କ ଆକ୍ରୋଶର ଶିକାର ହେଲେ ପଞ୍ଚାୟତ ଅଧୀକାରୀ। ଦିର୍ଘ ଦିନର ପୁଞ୍ଜୀଭୂତ ଅସନ୍ତୋଷର ଫଳ ସ୍ୱରୂପ ପଞ୍ଚାୟତ ଅଧିକାରୀଙ୍କୁ ଟଣାଓଟରା ସହ ମାଡ ମାରିଲେ ହିତାଧିକାରୀ। ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଏ ଅଫିସରୁ ସେ ଅଫିସ ଧାଇଁ ବିଫଳ ହେବାରୁ ଶେଷରେ ପିଇଓ ଙ୍କୁ ଗଡେଇ ଗୋଡ଼େଇ ପିଟିଲେ । ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ପାକଟିଆ ପଞ୍ଚାୟତ କାର୍ଯ୍ୟାଳୟ ରେ ଦେଖାଦେଇଛି ଏପରି ଅଭାବନୀୟ ଘଟଣା ।
ପାକଟିଆ ପଞ୍ଚାୟତ ଅଧୀକାରୀ କାର୍ତ୍ତିକ ଚନ୍ଦ୍ର ପାତ୍ରଙ୍କ ଅବହେଳା ଯୋଗୁଁ ଲୋକ ମାନେ ଭତ୍ତା ପାଇବାର ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ବାର୍ଦ୍ଧକ୍ୟ ଭତ୍ତା ହିତାଧୁକାରୀଙ୍କ କହିବା ଅନୁଯାୟୀ ପିଇଓ ଜଣଙ୍କ ନିଜର କାର୍ଯ୍ୟ ଠିକ ଭାବେ କରୁ ନଥିବା ବେଳେ ପ୍ରାୟ ୨୦୦ରୁ ଅଧିକ ଲୋକ ବାର୍ଦ୍ଧକ୍ୟ ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ପାଇପାରୁ ନାହାନ୍ତି। ମାସ ମାସ ଧରି ଭତ୍ତା ପାଉ ନଥିବାରୁ ଲୋକ ମାନେ ଉତ୍ତେଜିତ ହୋଇପଡିଥିଲେ।
କେତେଜଣ ହିତାଧିକାରୀଙ୍କ ଭତ୍ତା କାଗଜ ପତ୍ର ଠିକ୍ ନଥ‌ିବାରୁ ଭତ୍ତା ଦିଆ ଯାଇ ପାରୁନାହିଁ ବୋଲି ପଞ୍ଚାୟତ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.