ରାଉରକେଲା : ଅପହରଣ ଏବଂ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ।। ଦଣ୍ଡବିଧାନ କଲେ ଏଡ଼ିଜେ କୋର୍ଟ (ଦୂତୀୟ)

0 1,022

ରାଉରକେଲା : ୨୭/୭ (ସତ୍ୟାନ୍ୟୁଜ) ଏକ ଅପହରଣ ଏବଂ ଦୁଷ୍କର୍ମ ମାମଲାର ବିଚାର କରି ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ (ଦୂତୀୟ) ଆଜି ଜଣେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ସହ ମହିଳାଙ୍କୁ ମୁଣ୍ଡଜାମିନ ରଖି ପରିବାର ଲୋକଙ୍କୁ ଅର୍ଥ ମାଗିବା ଅଭିଯୋଗରେ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି।

ସୂଚନା ଅନୁଯାୟୀ ୨୦୧୭ ମସିହାରେ ରାଉରକେଲା ବିଶ୍ରା ଥାନା ଅଞ୍ଚଳର ଜଣେ ମହିଳା ଏବଂ ତାଙ୍କ ନାବାଳିକା ଝିଅକୁ ନିଶା ଖୁଆଇ ଅପହରଣ କରାଯାଇଥିଲା। ଅନୁଗୁଳ ଜିଲ୍ଲା ଠାକୁରଗଡ଼ ର ମିତ୍ରଘନୁ ପାତ୍ର ନାମକ ଜଣେ ବ୍ୟକ୍ତି ଏହି ଅପହରଣ କରିଥିଲେ। ଅପହରଣ ପରେ ଉକ୍ତ ମହିଳା ଏବଂ ତାଙ୍କ ଝିଅଙ୍କୁ ଭୁବନେଶ୍ୱର ନେଇ ଚଣ୍ଡୀ ବସ୍ତିରେ ରଖିଥିଲେ। ସେଠାରେ ମିତ୍ରଘନୁ ଉକ୍ତ ମହିଳାଙ୍କୁ ଡ଼ରାଇ ଧମକାଇ ବାରମ୍ବାର ଦୁଷ୍କର୍ମ କରିଥିଲେ। ପରେ ମହିଳାଙ୍କୁ ମୁଣ୍ଡଜାମିନ ରଖି ତାଙ୍କ ପରିବାର ବର୍ଗଙ୍କୁ ଅର୍ଥ ମାଗିଥିଲେ। ଏ ବାବଦରେ ପରିବାର ତରଫରୁ ବିଶ୍ରା ଥାନାରେ ସୂଚନା ଦେବା ପରେ ପୋଲିସ ମିତ୍ରଘନୁ କୁ ଧରିବାକୁ ଜାଲ ବିଛାଇଥିଲେ। ଟଙ୍କା ଦେବାକୁ ଅଭିଯୁକ୍ତଙ୍କୁ ରାଉରକେଲା ଡକାଇ ଥିଲେ ପରିବାର ଲୋକେ। ରାଉରକେଲା ପହଁଚିବା ପରେ ପୋଲିସ ଅଭିଯୁକ୍ତ
ମିତ୍ରଘନୁକୁ ଗିରଫ କରିଥିଲେ। ପଚରା ଉଚୁରା ପରେ ପିଡିତା ମହିଳା ଏବଂ ତାଙ୍କ ଝିଅକୁ ପୋଲିସ ଅନୁଗୁଳରୁ ଉଦ୍ଧାର କରିଥିଲେ। ଆଜି ଏହି ମାମଲାର ବିଚାର କରି ଏଡିଜେ କୋର୍ଟ (ଦୂତୀୟ) ଅଭଯୁକ୍ତକୁ ସଶ୍ରମ କରାଦାଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ତରଫରୁ ସରକାରୀ ଓକିଲ କୈଳାସ ପ୍ରଧାନ ମାମଲା ପରିଚାଳନା କରୁଥିଲେ। ତତ୍କାଳୀନ ବିଶ୍ରା ଥାନା ଇନିସ୍ପେକ୍ଟର ପ୍ରଭାତ କୁମାର ବିଶ୍ବାଳ ଏହି ମାମଲାର ଯାଞ୍ଚ ଅଧିକାରୀ ଥିଲେ ।

Leave A Reply

Your email address will not be published.