ବଣାଇ : ମଣିପୁର ହିଂସାକୁ ନେଇ ବଣାଇରେ ସିପିଏମ୍ ପକ୍ଷରୁ ପ୍ରତିବାଦ ସଭା। ଶାନ୍ତି କାଏମ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି।

0 345

ବଣାଇ : ୨୮/୭ (ସତ୍ୟାନ୍ୟୁଜ) ମଣିପୁର ହିଂସାକୁ ନେଇ ଏବେ ସାରା ଦେଶରେ ପ୍ରତିବାଦର ସ୍ବର ଉଠିଛି। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ମଣିପୁର ଦଙ୍ଗା ବିରୁଦ୍ଧରେ ବିକ୍ଷୋଭ ଆଦି କରାଯାଉଛି। ଗତକାଲି ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ରାଉରକେଲାରେ ପ୍ରତିବାଦ ସଭା କରା ଯାଇଥିଲା। ଆଜି ସିପିଏମ୍ ପକ୍ଷରୁ ବଣାଇ ଉପଖଣ୍ଡର ୪ ଟି ବ୍ଲକର ଲୋକଙ୍କୁ ନେଇ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜାମୁଣ୍ଡା ଛକରେ ଅୟୋଜିତ ଏହି ବିକ୍ଷୋଭରେ ସିପିଏମ୍ ନେତା ବିଷ୍ଣୁ ମହାନ୍ତି , ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ। ମଣିପୁରରେ ଶୀଘ୍ର ଶାନ୍ତି ଫେରାଇ ଆଣିବାକୁ ପ୍ରଧାନମନ୍ତ୍ରୀ ଦୃଢ଼ ପଦକ୍ଷେପ ନେବାକୁ ସିପିଏମ୍ ଦାବି କରିଥିଲା। ଏହାଛଡା ବଣାଇ ଉପଖଣ୍ଡର ବିକାଶ ଏବଂ ହସପିଟାଲ ଗୁଡିକର ଉନ୍ନତିକରଣ କରିବାକୁ ଦାବି କରାଯାଇଥିଲା।

Leave A Reply

Your email address will not be published.