ରାଉରକେଲା : ମଣିପୁର ତାତି ରାଉରକେଲାରେ।। ମହିଳା ଫୋରମ ପକ୍ଷରୁ ପ୍ରତିବାଦ ସଭା।। ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି।

0 471

ରାଉରକେଲା : ୨୭/୭ (ସତ୍ୟାନ୍ୟୁଜ) ମଣିପୁର ହିଂସାକୁ ନେଇ ସଂସଦରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ରାଜ ରାସ୍ତାରେ ମଧ୍ୟ ବିରୋଧ କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ , ପ୍ରଦର୍ଶନ ଆଦି ଚାଲିଥିବା ବେଳେ ମଣିପୁର ତାତି ରାଉରକେଲାରେ ମଧ୍ୟ ଦେଖାଦେଇଛି। ଗତ ଦୁଇ ଦିନ ଧରି ବିଭିନ୍ନ ସଂଗଠନ ପକ୍ଷରୁ ମଣିପୁର ହିଂସାର ପ୍ରତିବାଦ କରାଯାଉଛି। ଗୁରୁବାର ଦିନ ରାଉରକେଲା ମହିଳା ଫୋରମ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା। ସେଠାରେ ମଣିପୁର ହିଂସା ଉପରେ ଏକ ପ୍ରତିବାଦ ସଭା କରା ଯାଇଥିଲା। ବିରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ୱରେ ଅୟୋଜିତ ଏହି ପ୍ରତିବାଦ ସଭାରେ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା ମଧ୍ୟ ସାମିଲ ହୋଇଥିଲେ। ମଣିପୁରରେ ଖୁବ ଶୀଘ୍ର ଶାନ୍ତି ଫେରାଇ ଆଣିବାକୁ କେନ୍ଦ୍ର ସରକାର କଡା ପଦକ୍ଷେପ ନେବା ସହ ସେଠାରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରା ଯାଇଥିଲା। ଏହି ସନ୍ଦର୍ଭରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ପଠାଯାଇଥିଲା।

Leave A Reply

Your email address will not be published.