ସୁନ୍ଦରଗଡ଼ : ସରକାରଙ୍କ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଅନୁଦାନ ଘୋଷଣାକୁ ବିରୋଧ।। ବଣାଇରେ ଜିଲ୍ଲା ସରପଞ୍ଚ ସଂଘର ସାମ୍ବାଦିକ ସମ୍ମିଳନୀ।
ବଣାଇ : ୨୬/୭ (ସତ୍ୟାନ୍ୟୁଜ) କିଛି ଦିନ ତଳେ ରାଜ୍ୟ ସରକାର” ଆମ ଓଡ଼ିଶା ନବୀନ ଓଡ଼ିଶା” ନାମକ ଏକ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । କିନ୍ତୁ ଏହି ଯୋଜନାର ସଫଳତା ଓ କାର୍ଯ୍ୟକାରିତା କୁ ନେଇ ପ୍ରଶ୍ନ ଉଠାଇଛି ସୁନ୍ଦରଗଡ଼ ଜିଲ୍ଲା ସରପଞ୍ଚ ସଂଘ । ଏହି ପରିପ୍ରେକ୍ଷୀରେ ଆଜି ଵଣାଇଁ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଜିଲ୍ଲା ସଭାପତି ଉଗ୍ରସେନ କିଷାନଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଵଣାଇଁ ବ୍ଲକ ର ସମସ୍ତ ସରପଞ୍ଚ ଏକତ୍ରିତ ହୋଇ ଏହି ସାମ୍ବାଦିକ ସମ୍ମିଳନୀ ନିଜର ଅଭିଯୋଗ ଉପସ୍ଥାପନ କରଥିଲେ।
ସରପଞ୍ଚ ସଙ୍ଘ ଜିଲ୍ଲା ସଭାପତିଙ୍କ କହିବା ଅନୁସାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଯନା ରେ ସରପଞ୍ଚ ମାନଙ୍କୁ ଗୁରୁତ୍ବ ନଦେଇ ସେମାନଙ୍କୁ ଅଣ ଦେଖା କରାଯାଇଛି। ବିନା ଗ୍ରାମ ସଭାରେ ଦଳୀୟ କର୍ମୀ ମାନେ ବିଭିନ୍ନ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟର ତାଲିକା ପ୍ରସ୍ତୁତ କରୁଥିବା ବେଳେ ସେଥିରେ ସରପଞ୍ଚ ମାନଙ୍କୁ ସାମିଲ କରାଯାଉନାହିଁ।
ଏହା ବ୍ୟତୀତ ପ୍ରଶାସନିକ ଅଧିକାରୀ ମାନେ ସରପଞ୍ଚ ମାନଙ୍କୁ ସହଯୋଗ ର ହାତ ବଢ଼ାଇ ବିକାଶ ମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ତତ୍ପରତା ପ୍ରକାଶ କରିବାକୁ ସଙ୍ଘ ଦାବି କରିଛି । ତେଣୁ ଆଗାମୀ ଦିନରେ ପୂର୍ବରୁ ଦିଆଯାଇଥିବା ସଂଘର ଦାବି ସହ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ ଯୋଯନା ରେ ସରପଞ୍ଚ ମାନଙ୍କୁ ପ୍ରତ୍ୟକ୍ଷ ସାମିଲ କରିବା ସହ ଏହା ଉପରେ ପଦକ୍ଷେପ ଗ୍ରହଣ ନକଲେ ଜିଲ୍ଲା ସରପଞ୍ଚ ସଂଘ ସାମୂହିକ ଭାବେ କଲମ ଛାଡ଼ ଆନ୍ଦୋଳନ କରିବାକୁ ଜିଲ୍ଲା ସଂଘ ସଭାପତି ଶ୍ରୀ ଉଗ୍ରସେନ କିସାନ ପ୍ରକାଶ କରିଛନ୍ତି । ତେଣୁ ସରକାର ତୁରନ୍ତ ସରପଞ୍ଚ ମାନଙ୍କ ସମସ୍ୟା କୁ ଗୁରୁତର ସହ ନେଇ ଦାବି ପୂରଣ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ସରପଞ୍ଚ ସଂଘ ଦାବି କରିଛି।