ରାଉରକେଲା : ମାଓବାଦୀ ନାଁ ରେ ବଟି ଦାବି କରି ନେଉଥିବା ବେଳେ ଜଣେ ଗିରଫ।। ନଗଦ ୫୦ ହଜାର ଟଙ୍କା ସହ ସ୍କୁଟି ଜବତ ।

0 874

ରାଉରକେଲା : ୨୫/୭ (ସତ୍ୟାନ୍ୟୁଜ) ମାଓବାଦୀ ନାଁରେ ବଟି ମାଗି ଗିରଫ ହୋଇଛନ୍ତି ବନ୍ଧମୁଣ୍ଡା ଅଞ୍ଚଳର ଜଣେ ବ୍ୟକ୍ତି। ଗିରଫ ବ୍ୟକ୍ତି ମଧୁସୂଦନ ଦାସଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା , ୨ ଟି ମୋବାଇଲ ଫୋନ ଗୋଟିଏ ସ୍କୁଟି। ଜବତ କରାଯାଇଛି। ବନ୍ଧମୁଣ୍ଡା ‘ଡି’ ସେକ୍ଟରରେ ରହୁଥିବା ମଧୁସୂଦନ ସ୍ଥାନୀୟ ଜଣେ ଔଷଧ ଦୋକାନୀଙ୍କୁ ମାଓବାଦୀଙ୍କ ନାଁ ନେଇ ୬ ଲକ୍ଷ ଟଙ୍କା ମାଗିଥିଲେ। ମାତ୍ର ଏତେ ଟଙ୍କା ଦେବା ନେଇ ଦୋକାନୀ ଅକ୍ଷମତା ପ୍ରକାଶ କରିଥିଲେ। ଶେଷରେ ଦେଢ଼ ଲକ୍ଷ ଟଙ୍କା ଦେବାକୁ କଥା ଛିଣ୍ଡି ଥିଲା। ଆଜି ପ୍ରଥମ କିସ୍ତି ୫୦ ହଜାର ଟଙ୍କା ନେଉଥିବା ବେଳେ ବନ୍ଧମୁଣ୍ଡା ଏବଂ ବିଶ୍ରା ପୋଲିସ ମଧୁସୂଦନଙ୍କୁ ମାଡି ବସିଥିଲେ। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.