ରାଉରକେଲା : ପେଶା ଡ୍ରାଇଭର।। ନିଶା ମାର୍ଶାଲ ଆର୍ଟ।। ରାଏବୋଗା ଥାନା ଡ୍ରାଇଭର ଗୁରୁ ନାରାୟଣ ମୁଣ୍ଡା ପାଇଲେ ବ୍ଲାକ୍ ବେଲ୍ଟ।
ରାଉରକେଲା : ୨୫/୭ (ସତ୍ୟାନ୍ୟୁଜ) ଗୁରୁ ନାରାୟଣ ମୁଣ୍ଡା। ପେଶାରେ ଡ୍ରାଇଭର। ଏବେ ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନାରେ ପୋଲିସ ଗାଡି ଡ୍ରାଇଭର। ନିଶା କିନ୍ତୁ ମାର୍ଶାଲ ଆର୍ଟ ଚମ୍ପିୟାନ ହେବା।
ରାଉରକେଲା ସିଭିଲ୍ ଟାଉନ୍ ସିପ୍ ସ୍ଥିତ ଇଣ୍ଡିଆନ୍ ଟାଏକୋଣ୍ଡୋ ୟୁନିଅନ କାର୍ଯ୍ୟାଳୟରେ ଗୁରୁ ନାରାୟଣ ମୁଣ୍ଡା ଙ୍କୁ ଟାଇକଣ୍ଡୋ ରେ ମିଳିଛି ବ୍ଲକ୍ ବେଲ୍ଟ l ଗୁରୁ ଙ୍କୁ ଏହି ବ୍ଲାକ ବେଲ୍ଟ କୁକିଓନ୍ ସାଉଥ୍ କୋରିଆ ତରଫରୁ ତାଇକଣ୍ଡୋ ର ଫାଷ୍ଟ ଡନ୍ ବ୍ଲାକ୍ ବେଲ୍ଟ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି l ରାଉରକେଲା ସିଭିଲ୍ ଟାଉନ୍ ସିପ୍ ସ୍ଥିତ ଇଣ୍ଡିଆନ୍ ତାଇକଣ୍ଡୋ ୟୁନିଅନ୍ କାର୍ଯ୍ୟାଳୟ ରେ ସାଧାରଣ ସମ୍ପାଦକ ମାଷ୍ଟର ମୁକେଶ ସାହୁ ଙ୍କ ଦ୍ଵାରା ଗୁରୁ ମୁଣ୍ଡାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ତେବେ ଗୁରୁ ମୁଣ୍ଡା ଙ୍କ ଏହି ସଫଳତା ପାଇଁ ସେ ମାଷ୍ଟର ମୁକେଶ କୁମାର ସାହୁ ଙ୍କୁ ଧନ୍ୟବାଦ ଜଣାଇଛନ୍ତି l
ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ରେ ଡ୍ରାଇଭର୍ ଭାବେ କାର୍ଯ୍ୟରତ ଗୁରୁ ମୁଣ୍ଡା ଙ୍କ ଏହି ସଫଳତା ଆଜି ସାରା ସୁନ୍ଦରଗଡ଼ ଜିଲ୍ଲା ରେ ଅନ୍ୟକୁ ପ୍ରେରଣା ଦେଇଛି l ଗୁରୁ ଯେତେବେଳେ ପାଞ୍ଚ ବର୍ଷ ର ଥିଲେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା l ତା ପରେ ଗୁରୁ ଙ୍କ ମାଁ ବାହାରେ ଶ୍ରମିକ ଭାବେ କାମ କରି ଗୁରୁ ଙ୍କ ଭରଣପୋଷଣ କରିଥିଲେ l ପରେ ଗୁରୁ ୧୮ ବର୍ଷ ବୟସରେ ଝାରଖଣ୍ଡ ରାଞ୍ଚି କୁ ଚାଲି ଯାଇଥିଲେ l ସେଠି ସେ ୩ ବର୍ଷ ଏକ ରେଷ୍ଟୁରାଣ୍ଟ ରେ ରେ କାମ କରି ନିଜ ଗୁଜୁରାଣ ମେଣ୍ଟାଇବା ସହ ଟାଇକଣ୍ଡୋ ଆରମ୍ଭ କରିଥିଲେ l ସେଇଠୁ ଆରମ୍ଭ ହୋଇଥିଲା ଗୁରୁଙ୍କ କ୍ରୀଡା ପ୍ରତି ଉତ୍ସାହ l ସେଇଦିନ ଠୁ ସେ ତାଇକଣ୍ଡୋ ଖେଳୁ ଛନ୍ତି l ବର୍ତ୍ତମାନ ସମୟରେ ଗୁରୁ ମୁଣ୍ଡା ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ରେ ଡ୍ରାଇଭର୍ ଭାବେ କାର୍ଯ୍ୟ କରୁଛନ୍ତି l ତେବେ ଗୁରୁ ଙ୍କ ସୁଦୃଢ ଇଚ୍ଛା ଶକ୍ତି ଓ ମନୋବଳ ଯୋଗୁ ଆଜି ସେ ତାଇକଣ୍ଡୋ ରେ ବ୍ଲାକ୍ ବେଲ୍ଟ ହୋଇପାରିଛନ୍ତି l ତେବେ ଗୁରୁ ଙ୍କ ଇଚ୍ଛା ରହିଛି ତାଇକଣ୍ଡୋ ଖେଳରେ ସେ ଜାତୀୟ ଓ ଆନ୍ତର୍ଜାତୀୟ ଖେଳ ଖେଳି ଓଡିଶା ଓ ଭାରତ ର ନା ଗୌରବ କରିବେ ବୋଲି l