ଲହୁଣୀପଡା : ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ।। ଶର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ।
ବଣାଇ : ୨୬/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଖୁଣ୍ଟଗାଁ ଗ୍ରାମରେ ଜଣଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଥିବା ଅନୁମାନ କରାଯାଉଛି।
ଖୁଣ୍ଟଗାଁ ଗ୍ରାମର ବିପିନ କୁମାର ସିଂ ଙ୍କ ଘରେ ଗତକାଲି ରାତିରେ ହଠାତ ନିଆଁ ଲାଗି ଯାଇଥିଲା। ହଠାତ ନିଆଁ ବ୍ୟାପି ଯିବାରୁ ଆସବାବପତ୍ର ଜଳିଯିବା ସହ ଘର ଧୁଆଁମୟ ହୋଇଯାଇଥିଲା। ଫଳରେ ଘର ଲୋକ ଭୟଭୀତ ହୋଇ ବାହାରକୁ ପଳେଇ ଆସି ପଡୋଶୀ ଲୋକଙ୍କୁ ଡାକିଥିଲେ । ପଡୋଶୀ ଏବଂ ଘର ଲୋକ ଏକତ୍ରିତ ହୋଇ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ। ବଣେଇ ଅଗ୍ନିଶମ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତିକି ବେଳେ ଘରର ୭୦ ଭାଗ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା ।