ରାସ୍ତାକଡରୁ ଯୁବକଙ୍କ ଶବ ଉଦ୍ଧାର । ହତ୍ୟା ସନ୍ଦେହ ।

0 2,104

ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ଅନ୍ତର୍ଗତ ଜରେଇକେଲା ପଞ୍ଚାୟତ ର ଜମାଲ ରୋଡ ରେ ଥିବା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ରାସ୍ତାରୁ ଜଣେ ଯୁବକ ର କ୍ଷତ ବିକ୍ଷତ ଶବ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ସେ ଜମାଲ ରୋଡର ବାସିନ୍ଦା ମଧୁ ମାହାତୋ ବୋଲି ଜଣାପଡିଛି l କୌଣସି କାମରେ ମଧୁ ଗତକାଲି ସନ୍ଧ୍ୟାରୁ ଘରୁ ବାହାରି ଥିବା ବେଳେ ରାତିରେ ଆଉ ଘରକୁ ଫେରି ନ ଥିଲେ l ଆଜି ସକାଳୁ ସ୍ଥାନୀୟ ଲୋକମାନେ ଉକ୍ତ ରାସ୍ତା ଦେଇ ଗଲାବେଳେ ରାସ୍ତା ମଝିରେ ମଧୁର ଶବ ପଡି ଥିବାର ଦେଖିବାକୁ ପାଇଥିଲେ । ଖବର ପାଇ ବିଶ୍ରା ଥାନା ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ନେଇ ତଦନ୍ତ ଚଳାଇଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ଜଣାପଡୁଥିଲେ ମଧ୍ୟ ତଦନ୍ତ ପରେ ସତ୍ୟାସତ୍ୟ ଜଣା ପଡିବ ।

Leave A Reply

Your email address will not be published.